ରାସ୍ତାରେ ଲହଡି ଭାଙ୍ଗୁଛି ପାଣି, ପାନୀୟ ଜଳ ପାଇଁ ଲୋକେ ଡହଳବିକଳ

Creat A Revolution
           

କୋକସରା (ରଞ୍ଜନ କୁମାର ସାହୁ) -: କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ ମୋଟେର ଗ୍ରାମର ପୁଝାରିପଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଳ ଯୋଗାଣର ପାଇପ ଲାଇନ ଆଜକୁ ୧୦ ଦିନ ହେବ ଫାଟି ଯାଇଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତାରେ ପାନିୟ ଜଳ ଲହଡି ଭାଙ୍ଗୁଛି । ପାଣିରେ ବତକ ଖୁସିରେ ଖେଳୁଛନ୍ତି । ଏଠାକାର ଅକର୍ମା ପ୍ରଶାସନ ନିଶରେ ଘିଅମାରି ଶୋଇଛି । ଦରମା ଗଣ୍ଡାକ ମିଳିଗଲେ ଲୋକ କଥା ବୁଝୁଛି କିଏ ?

ପାନୀୟ ଜଳ ରାସ୍ତାରେ ଲହଡି ଭାଙ୍ଗୁଥିବା ବେଳେ ଲୋକମାନେ ପିଇବାକୁ ପାଣି ଟିକେ ପାଉନାହାନ୍ତି । ପୁଝପଡାରେ ବସବାସ କରୁଥିବା ଲୋକେ ପାନୀୟ ଜଳ ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇପ ଲାଇନ ଫାଟି ରାସ୍ତା ଉପରେ ପାଣି ନିଷ୍କାସନ ହେଉଥିବା ନେଇ କିଛି ସଚେତନ ନାଗରିକ ସୋସିଆଲ ମିଡ଼ିଆରେ ଭିଡ଼ିଓ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଗ୍ରାମ୍ୟ ଜଳଯୋଗାଣ ପାଇଁ ସ୍ଥାନୀୟ ପଂଚାୟତ କର୍ମଚାରୀ ନିୟୋଜିତ ରହିଥିବା ବେଳେ ପଞ୍ଚାୟତ କର୍ମଚାରୀଙ୍କ ଅପାରଗତା ଯୋଗୁ ପାଇପ ଲାଇନ ମରାମତିରେ ଅହେତୁକ ବିଳମ୍ବ ଯୋଗୁଁ ପୁଝାରିପଡାର ଲୋକେ ପାନୀୟ ଜଳ ପାଇବାରେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି।

ଏନେଇ ମୋଟେର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ବିଶିଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଜଏନ କରିଛି ସରପଞ୍ଚଙ୍କୁ ମଧ୍ୟ ଅବଗତ କରିଛି ପାଇପ ଲାଇନ ମରାମତି ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ କୋକସରା ବ୍ଲକ ଗ୍ରାମ୍ୟ ଜଳଯୋଗାଣର କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆରକାଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସ୍ୱିଚ ଅଫ ଥିବାରୁ ସମ୍ଭବ ହୋଇ ପାରିନାହିଁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading