ବୋଲେରୋ ଗାଡିକୁ ଧକ୍କା ଦେଲା ଟ୍ରକ : ଡ୍ରାଇଭର ମୃତ,ରୋଗୀ ସମେତ ୩ ଗୁରୁତର

Creat A Revolution
           

କୋକସରା (ରଞ୍ଜନ କୁମାର ସାହୁ) -: ଆଜି ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଯାଇଛି। କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ରୋଗୀ ନେଇ ଆସୁଥିବା ଏକ ବୋଲେରୋ ଗାଡିକୁ ଏକ ଟ୍ରକ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଉଛନ୍ତି କଲମପୁର ବ୍ଲକ ବିଟିକୋଟ ଗ୍ରାମର ଦିଲୀପ ନାଏକ ବୋଲି ସୂଚନା ମିଳିଛି। ଆଜି ମହୁଳପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲକୁ ନେବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ରୋଗୀ ସମେତ ଆଉ ୩ ଜଣ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସମସ୍ତଙ୍କୁ ଜୁନାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading