ଜନ୍ମାଷ୍ଟମୀରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର,ରାଧାକୃଷ୍ଣ ବେଶରେ ସଜ୍ଜିତ ହେଲେ ଛାତ୍ରଛାତ୍ରୀ

Creat A Revolution
           

କୋକସରା(ରଞ୍ଜନ କୁମାର ସାହୁ) -: ଜନ୍ମାଷ୍ଟମୀରେ ନନ୍ଦଲାଲା ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଇଁ ଉତ୍ସଵ ମୁଖର ପରିବେଶ। ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସଵ ମୁଖର ହୋଇ ପଡିଛି ଗାଁଠୁ ସହର । କୋକସରା ବ୍ଲକରେ ଥିବା ବିଭିନ୍ନ ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯାଇଛି। ସୋମବାର ସକାଳୁ ସକାଳୁ ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସୁସଜ୍ଜିତ ହୋଇ ପହଞ୍ଚିଥିଲେ। ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି। ଜନ୍ମାଷ୍ଟମୀ ପାଳନ କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଭବାନୀ ଶଙ୍କର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିଦ ମିନିକେତନ ପ୍ରଧାନୀ,ତହସିଲ କର୍ମଚାରୀ ଅମୀୟ ପ୍ରଧାନୀ,

ସମ୍ପାଦକ ସୁନୀଲ କୁମାର ପ୍ରଧାନୀ ଉପସ୍ଥିତ ରହି ଜନ୍ମାଷ୍ଟମୀ ଦିବସର ବିଭିନ୍ନ ପୌରାଣିକ ଦିଗ ଓ ଏହାର ଆଜିର ସମାଜରେ କଣ ଗୁରୁତ୍ୱ ରହିଛି ସେ ନେଇ ଶିକ୍ଷାନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଗୁରୁମା ମାନେ ପିଲାଙ୍କୁ ଉପଦେଶ ଦେଇଛନ୍ତି। ଏହି ଅବସର ରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା।ଅନୁଷ୍ଠିତ ହୋଇଥିଲା। ଗୁରୁଜୀ ଖଗେଶ୍ବର ରଣା,ଗୁରୁମା ମାଧୁରୀ ମୁଣ୍ଡ, ଅନୁପମା ପଟ୍ଟନାୟକ, ରଶ୍ମିତା ପଟ୍ଟନାୟକ,ସୁଜାତା ପଟ୍ଟନାୟକ, ଜୟଶ୍ରୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୁରୁଜୀ ଧର୍ମରାଜ ସାହୁ ମଞ୍ଚ ପରିଚାଳନା କରିଥିଲେ। ସେହିପରି ବ୍ଲକ ର କୋକସରା, କୁସୁମଖୁଣ୍ଟି, ଲଡୁଗାଁ, କାଉଡୋଳା,ଆମପାଣି ସରସ୍ଵତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସଵ ମହା ଆଡମ୍ବରରେ ପାଳନ ହୋଇଯାଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading