ଆର୍‌ ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

Creat A Revolution
           

ନୂଆଦିଲ୍ଲୀ: କୋଲକାତା ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ଆଜି ସିବିଆଇ ଗିରଫ କରିଛି। ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି। ଫଳରେ ତାଙ୍କୁ ସିବିଆଇ ସ୍ବତନ୍ତ୍ର ଅପରାଧ ଶାଖାରୁ ସିବିଆଇ ଦୁର୍ନୀତି ନିରୋଧ ଶାଖାକୁ ନିଆଯାଇଛି।  ପୂର୍ବରୁ ଆଇଏମ୍‌ଏ ଘୋଷଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲା। ଆଇଏମ୍‌ଏ ଜାତୀୟ ସଭାପତି ଡାକ୍ତର ଆର୍‌ ଭି ଅଶୋକନ୍‌ଙ୍କ ଦ୍ବାରା ଗଠିତ ଶୃଙ୍ଖଳାଗତ କମିଟି ଦ୍ବାରା ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ସିବିଆଇ ୨ ସପ୍ତାହ ଧରି‌ ଘୋଷଙ୍କୁ ଜେରା କରିବା ପରେ ଆଜି ଗିରଫ କରିଛି।

ସିବିଆଇ ମଧ୍ୟ ଘୋଷଙ୍କର ପଲିଗ୍ରାଫ୍‌ ଟେଷ୍ଟ୍‌ କରିସାରିଛି। ଉଲ୍ଲେଖଯୋଗ୍ୟ ଯେ ହସ୍ପିଟାଲରେ ରୋଗୀଙ୍କ  ପାଇଁ କିଣାଯାଉଥିବା ସାମଗ୍ରୀରେ ବଡ଼ଧରଣର ଜାଲିଆତି ଅଭିଯୋଗର ସିବିଆଇ ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ ଯେ କଲିକତା ହାଇକୋର୍ଟ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ ଆର୍‌ ଜି କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପରେ ସିବିଆଇ ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ଅଗଷ୍ଟ ୯ରେ ଟ୍ରେନି ଡାକ୍ତରଙ୍କ ସହ‌ ଅଘଟଣ ଘଟିବା ପରେ ଅଗଷ୍ଟ ୧୨ ତାରିଖ‌ରେ ଘୋ‌ଷ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଗତ ବୁଧବାର ଦିନ ଆଇଏମଏ ଘୋଷଙ୍କ ସଦସ୍ୟତା ରଦ୍ଦ କରିଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading