RI ଅଫିସ ଗୃହରେ ଉଠିଲା ଲଟାଗଛ, ପାଣିଟାଙ୍କିର ଅବସ୍ଥା ଶୋଚନୀୟ କ୍ୟାମେରାରେ କଏଦ ହେଲା ଫଟୋ

Creat A Revolution

ବାଙ୍କୀ-ବୈଦେଶ୍ୱର (ବ୍ରହ୍ମାନନ୍ଦ ପ୍ରଧାନ) -: ବୈଦେଶ୍ୱର ଆରାଇ ଅଫିସର ଛାତ ଉପରେ ଗଛ ଉଠିବା ସାଙ୍ଗକୁ ଶିଉଳି ଲାଗିବା ସହ କାନ୍ଥରେ ଚତୃ ପାର୍ଶ୍ଵରେ ମାଡିଚାଲିଛି ଲଟାଗଛ l ଅଫିସର କର୍ମଚାରୀଙ୍କ ଦ୍ୱାରା ପ୍ରତିଦିନ ଚାଲୁରହିଛି ଅଫିସ କାର୍ଯ୍ୟ କିନ୍ତୁ କେବଳ ଅଫିସ ଆସି ଡ୍ୟୁଟିକରି ଦରମା ନେଇ ବସିଯାଉଛନ୍ତି କିନ୍ତୁ ସରକାରୀ ଅଫିସ ଗୃହକୁ ଧ୍ୟାନ ଦେଉନାହାନ୍ତି l ଅଫିସରେ କର୍ମଚାରୀ ଉପସ୍ଥିତ ଥାଇ ବି ପାଣିଟାଙ୍କିରୁ ବୋହିବାରେ ଲାଗୁଚି ପାଣି ଟାଙ୍କିର ଚତୃପାର୍ଶ୍ୱରେ ଅଳିଆ ଗଛ ଏବଂ ଶିଉଳି ଲାଗି ଦୂଷିତ ହେଉଥିବା ପାଣିକୁ ନିଜେ ବ୍ୟବହାର କରୁଛନ୍ତି କର୍ମଚାରୀ ପରିଷ୍କାର ନକରିବାରୁ ଅଣ ଆଢୁଆଳରେ ସୀମିତ ରହିଛି l RI ଅଫିସର କାର୍ଯ୍ୟ ପାଇଁ ଏହି ପାଣିକୁ ବ୍ୟବହାର କରିଲା ପରେ ଧୀରେଧୀରେ ରୋଗାକ୍ରାନ୍ତ ହୋଇଯିବେ ବୋଲି ଜାଣିପାରୁନାହାନ୍ତି କର୍ମଚାରୀ l ଦୁଃଖର ଘଟଣା ଏହିକି ଯେ RI ଅଫିସ ଯେଉଁ ବୋର୍ଡ ଅଫିସର ଠିକଣା ଦର୍ଶାଏ ସେହି ବୋର୍ଡ ମଧ୍ୟ ଆଜି ଅସୁରକ୍ଷିତ ଟିକିଏ ଭଲକି ଦେଖାନ୍ତୁ କଏଦ ହୋଇଥିବା ଫୋଟୋ

ଯେଉଁ ଅଫିସରେ ସାଧାରଣ ସରକାରୀ ବୋର୍ଡ ଯିଏକି RI ଅଫିସର ଚି଼ହ୍ନ ଯେଉଁଥିରେ ସାଧାରଣ ଲୋକଙ୍କ ପାଇଁ ଲେଖାଅଛି ଯେଉଁଥିରେ ରାଜସ୍ବ ନିରପେକ୍ଷ କାର୍ଯ୍ୟାଳୟ, ଲେଖାହୋଇଛି l ଦେଖନ୍ତୁ ଏହିବୋର୍ଡକୁ କେମିତି ବେପରୁଆ ଭାବରେ ଟଙ୍ଗେଇ ଦିଆଯାଇଛି l ଯଦି ସାଧାରଣ ବୋର୍ଡର ଅବସ୍ଥା ଆଜି ଏତେ ଜଟିଳ ତ ଏଠାରେ କେମିତି ଠିକରେ ହେଉଥିବ l ସରକାରୀ କାର୍ଯ୍ୟ ଚାଲିଲେ ମଧ୍ୟ ଏଠାରେ ପ୍ରଶାସନ କୌଣସି ପ୍ରକାର ଇନକ୍ୱା୍ୱରୀ କରାଯାଉନାହିଁ l ଯାହାଫଳରେ ଚାଲିଛି ଏଭଳି ଦାଇତ୍ୱ ହୀନ କାର୍ଯ୍ୟ l RI ଅଫିସ ଅବହେଳିତ କାର୍ଯ୍ୟ ବିଷୟରେ ଅଫିସ ସଫେଇ କର୍ମଚାରୀଙ୍କୁ ପଚାରିବାରୁ ସମୟ ନ ମିଳିବା ହେତୁ ହୋଇପାରୁନି ସଫେଇ କାର୍ଯ୍ୟ ବୋଲି ଜବାବ ରଖିଛନ୍ତି ଏବଂ କୌଣସି କର୍ମଚାରୀ ଧ୍ୟାନ ନଦେବାରୁ ହୋଇପାରୁନାହିଁ l ସଫେଇକାର୍ଯ୍ୟ ଆଜି ୨ ଅକ୍ଟୋବର ୨୦୨୪ ଗାନ୍ଧୀ ଜୟନ୍ତୀ ହୋଇଥିବାରୁ RI ଅଫିସ ବନ୍ଦ ରହିଥିଲା ଯେଉଁଥିପାଇଁ କି କୌଣସି କର୍ମଚାରୀ ଅଫିସରେ ଉପସ୍ଥିତ ନଥିଲେ ଯାହାଫଳରେ କୌଣସି କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!