ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ ଉଡ଼ୁଥିବା ନୀଳଚକ୍ର ବାନା ଆଜି ଉଡ଼ିପାରିନି।

Creat A Revolution
           

ପୁରୀ -: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟ ଦଣ୍ଡ ଆଜି ଭାଙ୍ଗିଯାଇଛି। ଫଳରେ ପତିତପାବନ ବାନା ଅକ୍ଷୟ ଦଣ୍ଡରେ ବାନ୍ଧିବା ସମ୍ଭବପର ହୋଇନି। କେବଳ ନୀଳଚକ୍ରରେ ବାନା ବାନ୍ଧି ଚୁନରା ସେବକ ଫେରିଥିବାବେଳେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ ଉଡ଼ୁଥିବା ନୀଳଚକ୍ର ବାନା ଆଜି ଉଡ଼ିପାରିନି। ଅକ୍ଷୟ ଦଣ୍ଡ ପୁରୁଣା ହୋଇଗଲେ, ଏହାକୁ ବଦଳା ଯାଇଥାଏ।

କିନ୍ତୁ ଏହା କେବେ ଭାଙ୍ଗିଯିବାର ନଜିର ନାହିଁ। ଆଜି ଅକ୍ଷୟ ଦଣ୍ଡ ଭାଙ୍ଗିଯିବା ଅଶୁଭ ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ମୁତାବକ, ଅକ୍ଷୟ ଦଣ୍ଡର ଶୀର୍ଷରେ ଲଟେରିରେ ଉଠିଥିବା ବାନା ବନ୍ଧା ଯାଇଥାଏ। ଅନ୍ୟ ବାନା ସବୁ ତଳେ ବନ୍ଧାଯାଇଥାଏ। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଚୁନରା ସେବକମାନେ ବାନା ବାନ୍ଧିବା ପାଇଁ ଶ୍ରୀମନ୍ଦିର ଦଧି ନଉତିରେ ଚଢ଼ିଥିଲେ। ଲଟେରିରେ ଉଠିଥିବା ବାନା ବାନ୍ଧିବା ବେଳେ ହଠାତ୍‌ ନୀଳଚକ୍ରରେ ବନ୍ଧା ହୋଇଥିବା ଅକ୍ଷୟ ଦଣ୍ଡ (ବାନା ବାନ୍ଧିବାକୁ ନୀଳଚକ୍ରରେ ବନ୍ଧା ହୋଉଥିବା ବାଉଁଶ) ଭାଙ୍ଗି ଯାଇଥିଲା। ଏଣୁ ଦଧିନଉତିରେ ଚଢ଼ିଥିବା ଚୁନରା ସେବକ ବାନା ବାନ୍ଧି ନ ପାରି ନୀଳଚକ୍ରରେ ସବୁ ବାନା ବାନ୍ଧି ଫେରିଥିଲେ। 


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading