ବାସ୍ତୁଶାସ୍ତ୍ରରେ ଅନେକ କଥା କୁହାଯାଇଛି, ଯଦି ଆପନ ଅନୁସରଣ କରିବେ ଆପଣଙ୍କ ପାଇଁ ମଙ୍ଗଳ ଏବଂ ଜୀବନର ଅନେକ ସମସ୍ୟାକୁ ପ୍ରତିହତ କରିପାରିବେ । ଯେଉଁମାନେ ବାସ୍ତଶାସ୍ତ୍ରରେ ଉଲ୍ଲେଖ ରହିଥିବା ନିୟମକୁ ଅମାନ୍ୟ କରନ୍ତି ତେବେ ସେମାନଙ୍କୁ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଅର୍ଥହାନି ପର୍ଯ୍ୟନ୍ତ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଟଙ୍କା ରଖିବା ପାଇଁ ଆପଣ ଏକ ୱାଲେଟ୍ କିମ୍ବା ପସ୍ ରଖିବା ଜରୁରୀ । ବାସ୍ତୁଶାସ୍ତ୍ରରେ ପର୍ସରେ କଣ ରଖିବା ଉଚି୍ କଣ ନରଖିବା ଉଚିତ୍ ସେ ସମ୍ବନ୍ଧରେ ସୂଚନା ମଧ୍ୟ ଦିଆଯାଇଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି କିଛି ଜିନିଷ ଅଛି ଯାହାକୁ ଯଦି ଆପଣ ନିଜ ପର୍ସରେ ରଖନ୍ତି ତେବେ ଆପଣଙ୍କୁ ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ବାସ୍ତୁଶାସ୍ତ୍ର ଅନୁଯାୟୀ ପର୍ସରେ ରଖିବା ନିଷେଧ ବୋଲି ବିବେଚନା କରାଯାଏ । ସେଲିବ୍ରିଟି ବାସ୍ତୁ କନସଲଟାଣ୍ଟ ଡକ୍ଟର ତାରା ମାଲହୋତ୍ରାଙ୍କ କହିବା ଅନୁଯାୟୀ, କିଛି ଲୋକ ସର୍ବଦା ଘର କିମ୍ବା ଲକରର ଚାବିକୁ ନିଜ ପର୍ସରେ ରଖନ୍ତି, ଯାହା ବାସ୍ତୁଶାସ୍ତ୍ରରେ ଅପମାନଜନକ ବୋଲି ବିବେଚନା କରାଯାଏ। ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ନିଜ ପର୍ସରେ ଚାବି କିମ୍ବା ଗୁଣ୍ଡ ଚାବି ରଖିବା ଉଚିତ୍ ନୁହେଁ। ଏହାକୁ ରଖିବା ଦ୍ୱାରା ଅର୍ଥର ଅଭାବ ହୋଇପାରେ ଏବଂ ଲୋକଙ୍କୁ ଆର୍ôଥକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ଚାବି କେବେ ବି ପର୍ସରେ ରଖାଯିବା ଉଚିତ୍ ନୁହେଁ ।

ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ପୁରୁଣା ବିଲ୍ ପର୍ସରେ ରଖିବା ଉଚିତ୍ ନୁହେଁ। ପ୍ରାୟତଃ ଲୋକମାନେ ନିଜ ପର୍ସରେ ବିଲ୍ କୁ ଯତ୍ନର ସହିତ ରଖନ୍ତି । କିନ୍ତୁ ଏହା ନକରାତ୍ମକ ଶକ୍ତି ଆଣିଥାଏ । ଏହାଦ୍ୱାରା ଟଙ୍କା ନଷ୍ଟ ହୋଇପାରେ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ଏପରି ପରିସ୍ଥିତିରେ ପୁରୁଣା ବିଲ୍ କୁୁ ପର୍ସରେ ରଖନ୍ତୁ ନାହିଁ । ଏହା ବ୍ୟତୀତ କୈାଣସି ଦେବାଦେବୀଙ୍କ ଫଟୋ ପର୍ସରେ ରଖିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଆପଣ ଋଣଗ୍ରସ୍ତ ହୋଇପାରନ୍ତି ।
ପ୍ରାୟତଃ ଲୋକମାନେ କିଛି ଔଷଧକୁ ନିଜ ପର୍ସରେ ରଖିଥାନ୍ତି । ଯାହା ସେମାନଙ୍କ ଆବଶ୍ୟକ ସମୟରେ ନିଜ ସ୍ୱାସ୍ଥ୍ୟ ପାଇଁ ସେବନ କରିବା ପାଇଁ ସହଜ ହେବ । କିନ୍ତୁ ଔଷଧକୁ ପର୍ସରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଆପଣ ଔଷଧକୁ ପର୍ସରେ ରଖିବା ଠାରୁ ଦୂରେଇ ରହିବା ଉଚିତ୍।

ବାସ୍ତୁଶାସ୍ତ୍ରୀଙ୍କ କହିବା ଅନୁଯାୟୀ ଅନୁଯାୟୀ, ପର୍ସରେ ଛିଣ୍ଡାଯାଇଥିବା ଫଟୋଗ୍ରାଫ, ଛିଣ୍ଡାଯାଇଥିବା ଚିତ୍ର, ନଷ୍ଟ ହୋଇଥିବା କାଗଜ ଇତ୍ୟାଦି ରଖିବା ମଧ୍ୟ ନିଷେଧ । କୁହାଯାଏ ଯେ ଆମେ ଆମ ପର୍ସରେ ଯେଉଁ ପ୍ରକାରର ଜିନିଷ ରଖିବା ଆମ ଜୀବନ ମଧ୍ୟ ସେଭଳିି ହୋଇଯାଏ । ଯଦି ତୁମେ ତୁମର ପର୍ସରେ ଛିଣ୍ଡାଯାଇଥିବା ଜିନିଷ ରଖ, ତେବେ ଜୀବନରେ ସବୁକିଛି ଖରାପ ଘଟଣାମାନ ଘଟିଥାଏ । ମୃତକଙ୍କ ଚିତ୍ର ପର୍ସମଧ୍ୟରେ ରଖିବା ଉଚିତ୍ ନୁହେଁ। ଏହା ମଧ୍ୟ ଉଦ୍ଦିଷ୍ଟ ବୋଲି ବିବେଚନା କରାଯାଏ । କିନ୍ତୁ କୁହାଯାଏ ଯେ ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ନକାରାତ୍ମକତା ଶକ୍ତି ଆଣିଥାଏ । ଏହା ସହିତ ଆର୍ôଥକ ସଙ୍କଟ ଆସିବା ସହ ପରିବାରରେ କଳହ ଲାଗିରହିବ ।
ଏହି ଭଳି ଜ୍ୟୋତିଷଶାସ୍ତ୍ର, ଆଧ୍ୟାତ୍ମିକ କଥା, ସ୍ୱାସ୍ଥ୍ୟମନ୍ତ୍ର , ଓ ବାସ୍ତୁଶାସ୍ତ୍ର ତଥା ମାଳିକା ବର୍ଣ୍ଣିତ କଥାବସ୍ତୁ ଶିକ୍ଷଣୀୟ ନୀତି ବାଣୀ ଜାଣିବା ପାଇଁ ଆମ ବି.ଏନ୍.ଏସ୍ ଲାଇଭ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଫେସବୁକ୍ ପେଜ ବି.ଏନ୍.ଏସ୍ ଲାଇଭକୁ ଲାଇକ୍ ଫଲୋ କରନ୍ତୁ । ଭିଡିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ … ..ରହୁଛୁ ନମସ୍କାର