ବରଗଡ଼(ନିରଞ୍ଜନ ତ୍ରିପାଠୀ)-:

ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହେବାପରେ ଆତ୍ମହତ୍ଯା ନା ହତ୍ଯା କରାଯାଇଛି ସନ୍ଦେହ ଘେରରେ ରହିଛି । ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପାଇକମାଲ ବିଜେପି ପ୍ରତିନିଧି ଦଳ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ସରୋଜ କୁମାର ସାମଲ,ସୁଶାନ୍ତ ନାଗ,କୌଲାସ ଦିଶ୍ରୀ,ଆଶୁତୋଷ ସାହୁ,ରୋସନ ପାଣିଗ୍ରାହୀ,ରାହାସ ବିହାର ସାହୁ,ଧନସିଂ ତାଣ୍ତି,ଦିବ୍ଯ ହଂସ,ଅକ୍ଷୟ କୁମାର ସାହୁ,ମହେନ୍ଦ୍ର ନାଏକ,ଯୋଗେନ୍ଦ୍ର ଭୋଇ ପ୍ରମୁଖ ମୃତକ ପରିବାର ବର୍ଗଙ୍କୁ ଭେଟି ଦୋଷୀ ବିରୁଦ୍ଧରେ ଦୃଷ୍ଟି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିବା ସହିତ ସରକାରଙ୍କ ତରଫରୁ ସାହାର୍ଯ୍ଯ ସହଯୋଗ କରିବା ପାଇଁ ପ୍ରଶାସନ ପାଖରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ପ୍ରକାଶ ଥାଉ କି ଗତ ଶନିବାର ଦିନ ସନ୍ଧ୍ୟାରେ ମୃତକ କଲେଜ ଛାତ୍ରୀ ନିଜ କୋକନରା ସ୍ଥିତ ଘରୁ କୁଆଡେ ଗଲା ଏବଂ ରାତିରେ ଘରକୁ ଫେରି ନଥିଲା, ରବିବାର ଅପରାହ୍ନରେ ତାକୁ ପରିବାର ର ଲୋକେ ଏକ ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥା ରେ ପାଇଁ ଥିଲେ। ପୋଲିସ କୁ ଅଭିଯୋଗ ପରେ ଏକ ମାମଲା ୠଜୁକରି ଶବକୁ ସନ୍ଧ୍ୟାରେ ପଦ୍ମପୁର ବ୍ୟବଛେଦ ପାଇଁ ପଠାଇ ସୋମବାର ମୃତକର ଶବକୁ ପରିବାରକୁ ହସ୍ତାନ୍ତର କରିଥିଲା ।
Discover more from odia.bnslive.in
Subscribe to get the latest posts sent to your email.