ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଚାଷ ବିବିଧି କରଣ କାର୍ଯ୍ୟକ୍ରମ

Creat A Revolution
           

ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଭୁକ୍ତା ଠାରେ କୃଷି ଓ କୃଷକ ସଶକ୍ତି କାରଣ ବିଭାଗ ବରଗଡ଼ ଓ ମହାଶକ୍ତି ଫାଉଣ୍ଡେସନ ର ମିଳିତ ସହଯୋଗରେ କୃଷକ ମାନଙ୍କ ର ଏକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ କରାଯାଇଥିଲା l ଏହି କାର୍ଯକ୍ରମରେ ଜିଲ୍ଲା ମୁକ୍ଷ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଅମ୍ବାଭୋନା ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ବନମାଳୀ ସାହୁ ଓ ମହାଶକ୍ତି ଫାଉଣ୍ଡେସନର ସମ୍ପାଦିକା ରୋଜାଲିନ ଭୂଇଁଆ ଙ୍କ ମିଳିତ ସହଯୋଗ ରେ ଏହି କାର୍ଯକ୍ରମ କୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥଲେ ଏହି କାର୍ଯକ୍ରମ ରେ ବିଭିନ୍ନ ଅଗ୍ରଣୀ ଚାଷୀ ,ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ କମ୍ପାନୀ ର ଫସଲ ବିବିଧି କରଣ ସମ୍ବଦ୍ଧ ରେ ବିଭିନ୍ନ ସଫଳତା ପାଇଁ ସମ୍ମାନିତ କରାଯାଇ ଥିଲା।


ଏହି କାର୍ଯକ୍ରମ ରେ ବିଭିନ୍ନ ପଞ୍ଚାୟତ ରୁ ମୋଟ ୬୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଚାଷୀ ମାନେ ଅଂଶ ଗ୍ରହଣ କରିଥିଲେ ଏହି କାର୍ଯକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭିନ୍ନ ସି ବି ଓ ମାନଙ୍କ ଦାୟିତ୍ଵ ଓ ଭୂମିକା ଉପରେ ଆଲୋଚନା କରି ଥିଲେ ।ସି ଡି ପି ପ୍ରକଳ୍ପ ର ପରିଚାଳକ ପ୍ରୀୟମ ଲୁହା ଏହି କାର୍ଯକ୍ରମ କୁ ପରିଚାଳନା କରିଥିଲେ ଏବଂ ଶ୍ରୀମତୀ ପଙ୍କଜିନି ସାହୁ ,କସ୍ତୁରୀ ଦେହେରି ,ସୁକୁମାରୀ ମାଝୀ ସହଯୋଗ କରି ଥିଲେ ଏବଂ ପରିଶେଶ ରେ ଶୁଭମ୍ ମିଶ୍ର ସମସ୍ତ ଅଥିତି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading