ଜାତୀୟ ବିଜ୍ଞାନ ଦିବସ ପାଳିତ

Creat A Revolution

ବରଗଡ(ନିରଞ୍ଜନ ତ୍ରିପାଠୀ)-: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ସୂ ଶ୍ରୀ ଶାନ୍ତି ସୁନା

ଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି ଜାତୀୟ ବିଜ୍ଞାନ ଦିବସ l ତେବେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ବିଦ୍ୟାଳୟ ର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୁତି ସାହୁ ପ୍ରଖ୍ୟାତ ବୈଜ୍ଞାନିକ ମାନଙ୍କର ମାନବ ସମାଜ ପ୍ରତି ଅବଦାନ ଉପରେ ବିସ୍ତୃତ ଭାବରେ ବର୍ଣନା କରିଥିଲେ l ଏବଂ ଛାତ୍ରୀ ମାନଙ୍କୁ ବିଜ୍ଞାନ ର ସଦୁପଯୋଗ କରିବାପାଇଁ ଉପଦେଶ ମଧ୍ୟ ଦେଇଥିଲେ l

ତେବେ ଉକ୍ତ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ସୌମ୍ୟା ରାଣୀ ଷଡ଼ଙ୍ଗୀ ଦିବସର ତତ୍ପର୍ଯ୍ୟ ତଥା ସି. ଭି ରମଣ ଙ୍କ ପ୍ରଭାବ କେଉଁ କେଉଁ କ୍ଷେତ୍ର ରେ ଉପଯୋଗ ହେଉଛି ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ l ବିଦ୍ୟାଳୟ ର ବିଜ୍ଞାନ ଓ ଗଣିତ କ୍ଲବ ପକ୍ଷରୁ ଆଲୋଚନା ଚକ୍ର, କୁଇଜ, ପୋଷ୍ଟର ମେକିଙ୍ଗ, ଏବଂ ବିଜ୍ଞାନ ପ୍ରକଳ୍ପ ତିଆରି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା l ଏହି ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ତେବେ ଛାତ୍ରୀ ମାନେ ବିଜ୍ଞାନ ଓ ଗଣିତ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଧେଶିତ ଏକ ବିଜ୍ଞାନ ଧର୍ମୀ ନାଟକ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସମାନବ “ପରିବେଷଣ କରାଯାଇଥିଲା ଏବଂ ଛାତ୍ରୀମାନେ ନିଜର ଉତ୍କୃଷ୍ଟ ଅଭିନୟ ର ପରିଚୟ ଦେଇଥିଲେ l ବରିଷ୍ଠ ଶିକ୍ଷକ ବିବେକାନନ୍ଦ ଅଦାବର ପ୍ରଦର୍ଶିତ ନାଟକରେ ସମାଜ ପ୍ରତି ଏକ ହିତକର ସନ୍ଦେଶ ରହିଥିବା ମତବ୍ୟକ୍ତ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!