ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଆଜି ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ସଭାପତିତ୍ବ କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ସରସ୍ଵତୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ପଧାନ, ସମ୍ମାନୀତ ଅତିଥି ଭାବରେ ସି. ଆର.ସି.ସି ନାରାୟଣ ନାଗ, ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟ ର ଅଧ୍ୟକ୍ଷ କିଶୋର ସାହୁ ,ସମାଜ ସେବୀ ସୀତାରାମ ଗଡତିଆ ଯୋଗଦାନ କରିଥିଲେ। ପରିଚାଳନା କମିଟି ର ଚେୟାରମେନ ମନୋରଞ୍ଜନ ମେହେର,ରସିକ ମେହେର,ଦିଲ୍ଲୀପ ଭୋଇ,ସୁରେନ୍ଦ୍ର ମେହେର,ଶେଷଦେବ ଭୋଇ,କୃପାସିନ୍ଧୁ ଭୋଇ,ସୁଜାତା ମାଝୀ,ରିନା ବାଗ ସହଯୋଗ କରିଥିଲେ। ଏହି ଅବସର ରେ ସମାଜସେବୀ ଦିବାକର ମାଝୀ ବିଦ୍ୟାଳୟ ର ୨୦୨୪-୨୫ ରେ ବୃତ୍ତି ପାଇଥିବା ଛିତ୍ରୀ ସେୟଲ ଶିବନ୍ୟା ଭୋଇ ଓ ଜହ୍ନବୀ ଭୋଇ ଙ୍କୁ ସମ୍ଭର୍ଧିତ କରିଥିଲେ।
Discover more from odia.bnslive.in
Subscribe to get the latest posts sent to your email.