ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଜାରିଂ କ୍ଲଷ୍ଟର ଅନ୍ତର୍ଗତ ପୂର୍ଣ୍ଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ପ୍ରଧାନ ଶିକ୍ଷକ ଵିନୋଦ କୁମାର ତନ୍ତୀଙ୍କ ଅଧ୍ୟକ୍ଷତାରେ ସିଆରସିସି ରାଜେଶ୍ଵର ବେହେରା, ପ୍ରଧାନଶିକ୍ଷକଦ୍ଵୟ ଭାଦ୍ରବ ପାଣ୍ଡେ ଓ ଗହକିଲାଲ ନାଏକ, ସ୍କୁଲ ଚେୟାରମେନ କୃଷ୍ଣ ଚନ୍ଦ୍ର ସାହୁ, ସାମାଜିକକର୍ମୀ ରୋହିତ ପଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।ଦୃଢ ଆତ୍ମବିଶ୍ବାସ ସହ କଠିନ ପରିଶ୍ରମ କଲେ ନିଶ୍ଚିତ ଭାବେ ଭାଗ୍ୟ ପରିବର୍ତ୍ତନ ହୋଇ ପାରିବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ।

ଏହି ଅବସରରେ ଶିକ୍ଷକ ବିକାଶ ଚନ୍ଦ୍ର ଗଡତିଆ,ରତ୍ନ ସାହୁ, ସାମାଜିକର୍ମୀ ପଙ୍କଜିନୀ ଦନ୍ତାଙ୍କ ସମେତ ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସ୍କୁଲର ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷୟିତ୍ରୀ ସଵିତା ଭୋଇ ସଭାକୁ ପରିଚାଳନା କରିଥିଲେ।ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ଵାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ବାବଲୁ ପଧାନ, ଅରକ୍ଷିତ ସାହୁ,କେଶଵ ସେଠ, ସୁଲତାନ ପଧାନ, ନିରଞ୍ଜନ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।