ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଆଜି ବରଗଡ ଜିଲ୍ଲା ଅମ୍ୱାଭୋନା ବ୍ଲକର କର୍ଲାଗ୍ରାମରେ ବୀରସୁରେନ୍ଦ୍ର ସାଏଙ୍କ ୧୪୧ତମ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଗଣ୍ଡ ଆଦିବାସୀ ସମାଜ ଦ୍ଵାରା ବାରବଖରା ସ୍ମାରକୀ ପୀଠରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା କରାଯାଇ ଏକ ଶୋଭଯାତ୍ରା ଗ୍ରାମ ପରିକ୍ରମା କରି ସୁରେନ୍ଦ୍ର ସାଏଙ୍କ ମୂର୍ତ୍ତି ନିକଟରେ ପହଞ୍ଚିଥିଲା l ସେଠାରେ ଅତିଥିମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ପରେ ସଭା ଅନୁଷ୍ଠିତ ହୋଇଥିଲା।
ଅଧ୍ୟାପକ ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵିଦ୍ୟାଳୟର ପ୍ରଫେସର୍ ଦେବଦତ୍ତ ମିଶ୍ର ସୁରେନ୍ଦ୍ର ସାଏଙ୍କ ଜୀବନୀ ଏଵଂ ସଂଗ୍ରାମ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ, ବୀରସୁରେନ୍ଦ୍ର ସାଏ ବୈଷୟକ ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରଦୀପ ଦାଙ୍ଗ, ତୁଲାରାମ କଲେତ, ପ୍ରଫେସର ବିଦ୍ୟାଧର ସା,ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ପ୍ରମୋଦ ଝାଙ୍କର, କେଦାର ମିଶ୍ର,ସଚି ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ସିନ୍ଧୁନନ୍ଦିନି ଆଚାର୍ଯ୍ୟ ବାରବଖରାକୁ ପର୍ଯଟନ ସ୍ଥଳର ମାନ୍ୟତା ଦେବା ଦାବି କରିଥିଲେ। ଶେଷରେ ବୀରସୁରେନ୍ଦ୍ର ନାଟକର ଅଭିନେତା ଭୁବନ ଭୋଇ ନାଟକର ଏକ ସଂଳାପ ଉଚ୍ଚାରଣ କରିବା ପରେ ସଭା ସମାପ୍ତ ହୋଇଥିଲା।