ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ନେଇ ନିଜ ଜାଲରେ ନିଜେ ଫସିଗଲା ପାକିସ୍ତାନ । ଜାତିସଂଘରେ କାମ କଲାନି ପାକିସ୍ତାନ ମିଛି ମିଛିକା ଡ୍ରାମା । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତର ଆକ୍ସନ ପରେ ବୈଠକ ଡାକି ଅନ୍ୟ ଦେଶର ସାହାନୁଭୂତି ସାଉଁଟିବାକୁ ପାକିସ୍ତାନ ଯେଉଁ ଶସ୍ତା ଡ୍ରାମା କରିଥିଲା, ଡ୍ରାମେବାଜ୍ ପାକିସ୍ତାନର ଅସଲ ମୁଖା ଜାତିସଂଘରେ ହିଁ ଖୋଲିଗଲା । ଆଉ ନିଜେ ବୈଠକ ଡାକି ଭରା ବେଜିତ ହେଲା ପାକିସ୍ତାନ । ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧ ଦ୍ବାର ବୈଠକରେ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଛି ।
ପହଲଗାମ ଆକ୍ରମଣରେ ଲସ୍ତର-ଇ-ତୋଇବାର ସମ୍ପୃକ୍ତି ନେଇ ପାକିସ୍ତାନକୁ ପ୍ରଶ୍ନ ପଚାରିଲେ ଜାତିସଂଘ ସୁରକ୍ଷା ପରିଷଦ । ତାସହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ପାକିସ୍ତାନକୁ ଭର୍ତ୍ସନା କରାଯାଇଛି । ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଯୋଜନା କରିଥିଲା ପାକିସ୍ତାନ ହେଲେ ଏହା ଓଲଟା ତାକୁ ହିଁ ଭାରି ପଡିଗଲା । ପାକିସ୍ତାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେବା କଥାକୁ ବି ନେଇ ନିନ୍ଦା କରାଯାଇଛି । ଏଭଳି ମନ୍ତବ୍ୟ ରଖି ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ୟୁଏନଏସସି ।
Discover more from odia.bnslive.in
Subscribe to get the latest posts sent to your email.