ପାକିସ୍ତାନ ଗୁଳିରେ ପ୍ରାଣ ହରାଇଥିବା ଦୁଇ ସ୍କୁଲ ଛାତ୍ରଙ୍କୁ ନେଇ ଦୁଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । X ପ୍ଲାଟଫର୍ମରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି LOCରେ ସ୍କୁଲ ଏବଂ ଛୋଟ ପିଲାଙ୍କ ଉପରେ ପାକିସ୍ତାନ କରିଥିବା ଗୁଳି ବର୍ଷା ଆତଙ୍କୀ ମାନସିକତାକୁ ଦର୍ଶାଉଛି । ପାକିସ୍ତାନର ଗୁଳିରେ ଜାମ୍ମୁ କାଶ୍ମୀରର ପୁଞ୍ଚରେ ଥିବା କ୍ରାଇଷ୍ଟ ସ୍କୁଲର ଜୋୟା ଏବଂ ଜିୟାନଙ୍କ ମୃତ୍ୟୁକୁ ନେଇ ପୁରା ଦେଶ ମର୍ମାହତ । ସେ ଆହୁରି କହିଛନ୍ତି, ଏହା ମାନବତା ଓ ନୀତି ଅଭାବର ସ୍ପଷ୍ଟ ପ୍ରମାଣ । ଭାରତ ଏହି ପ୍ରକାରର କାର୍ଯ୍ୟକୁ କେବେ ଭୁଲିବ ନାହିଁ, କ୍ଷମା ବି କରିବ ନାହିଁ । ଏଥିସହ ଜୋୟା ଓ ଜିଆନଙ୍କ ପରିବାରକୁ ସମ୍ବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗତ ତିନି ଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିଲା । ଏହାରି ଭିତରେ ପାକିସ୍ତାନ କାପୁରୁଷତାର କାମ କରିଛି । LOC ପାର୍ କରି ଭାରତର ନୀରିହ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି । ଖାଲି ସେତିକି ନୁହେଁ ଜାମ୍ମୁ କାଶ୍ମୀରର ବିଭିନ୍ନ ଜନବସତି ଅଞ୍ଚଳରେ ମଧ୍ୟ ଡ୍ରୋନ ଆଟାକ୍ କରିଛି ପାକିସ୍ତାନ । ଯାହାଫଳରେ ଅନେକ ନିରୀହଙ୍କ ପ୍ରାଣ ହାନୀ ହୋଇଛି । ଅନ୍ୟପଟେ ଯୁଦ୍ଧ କ୍ଷେତ୍ରରେ ମାତ୍ର ୩ ଦିନ ବି ତିଷ୍ଠି ପାରିଲାନି ପାକିସ୍ତାନ। ଭାରତର ଘନ ଘନ ପାଲଟା ଆକ୍ରମଣ ପରେ ଆଣ୍ଠେଇ ପଡ଼ିଲା ଆତଙ୍କୀସ୍ତାନ। ବର୍ତ୍ତମାନ ପାଇଁ ବନ୍ଦ ହେଲା ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ । ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି । ସେନା ଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି ଯେ ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ଜଳ, ସ୍ଥଳ ଓ ଆକାଶରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇଛି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଏ ନେଇ ନିଷ୍ପତ୍ତି ହୋଇଛି । ଆଜି ଅପରାହ୍ନ ୩ଟା ୩୫ରେ ଦୁଇ ଦେଶର DGMO ଆଲୋଚନା କରିଥିଲେ। ଆସନ୍ତା ୧୨ ତାରିଖ ଦିନ ୧୨ଟାରେ ପୁଣି ଥରେ DGMO ସ୍ତରୀୟ ଆଲୋଚନା ହେବ ।
Discover more from odia.bnslive.in
Subscribe to get the latest posts sent to your email.