କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଆରମ୍ଭ ହେବ IPL !

Creat A Revolution
           

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ଆରମ୍ଭ ହେବ IPL । ଅସ୍ତ୍ରବିରତି ପାଇଁ ଦୁଇ ଦେଶ ସହମତି ହୋଇଥିବାବେଳେ ଖୁବଶୀଘ୍ର IPL ଆରମ୍ଭ ହେବା ନେଇ ବିଭିନ୍ନ ସୁତ୍ରରୁ ସୂଚନା ମିଳିଛି ।

ଭାରତ ପାକିସ୍ତାନ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି IPL 2025 ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି bcci ପକ୍ଷରୁ ସୂଚନା ଦିଆଯାଇଥିଲା । ନୂତନ ତାରିଖ ଏବଂ ସ୍ଥାନ ନେଇ ସମୀକ୍ଷା କରାଯାଉଛି । ବାକି ମ୍ୟାଚ୍ ଗୁଡ଼ିକ କେବେ ଏବଂ କେଉଁଠି ହେବ ଏନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ । IPL-2025ରେ ଏଯାଏଁ ଖେଳାଯାଇଛି 57ଟି ମ୍ୟାଚ୍ । ଧର୍ମଶାଳାରେ ଖେଳାଯାଉଥିବା 58ତମ ମ୍ୟାଚ୍ ଅଧାରୁ ବନ୍ଦ କରାଯାଇଥିଲା । ପଞ୍ଜାବ କିଙ୍ଗସ-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଅଧାରୁ ବନ୍ଦ କରାଯାଇଥିଲା । 

ଚଳିତ ବର୍ଷ IPLରେ ଆହୁରି ବାକି ଅଛି ଆହୁରି 16ଟି ମ୍ୟାଚ୍ । ଯୁଦ୍ଧ ବିରାମ ପରେ ଖୁବ୍ ଶୀଘ୍ର IPL ପାଇଁ ନୂଆ ତାରିଖ ଘୋଷଣା କରିପାରେ BCCI । ଅନ୍ୟପଟେ ଭାରତର ଘନ ଘନ ପାଲଟା ଆକ୍ରମଣ ପରେ ଆଣ୍ଠେଇଛି ପାକିସ୍ତାନ । ବର୍ତ୍ତମାନ ପାଇଁ ବନ୍ଦ ହୋଇଯାଇଛି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ । ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି । ସେନା ଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି ଯେ ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ଜଳ, ସ୍ଥଳ ଓ ଆକାଶରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇଛି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଏ ନେଇ ନିଷ୍ପତ୍ତି ହୋଇଛି । ଆଜି ଅପରାହ୍ନ ୩ଟା ୩୫ରେ ଦୁଇ ଦେଶର DGMO ଆଲୋଚନା କରିଥିଲେ। ଆସନ୍ତା ୧୨ ତାରିଖ ଦିନ ୧୨ଟାରେ ପୁଣି ଥରେ DGMO ସ୍ତରୀୟ ଆଲୋଚନା ହେବ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading