କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଟିକାବାଲି ବଜାର ଅଞ୍ଚଳରେ ଦିନକୁ ଦିନ ଦେଶି ମହୁଲି ମଦ ପ୍ରବଳ ମାତ୍ରାରେ ବିକ୍ରୀ ହେଉଅଛି। ପ୍ରତ୍ୟେକ ଦିନ ଶଙ୍କରାଖୋଲ ସ୍ଥିତ ଗୁଡ୍ରୀଗାଁ ଗ୍ରାମରୁ ମହୁଲି ମଦ ରନ୍ଧାହୋଇ ଟିକାବାଲି କୁ ଦୈନିକ ଏକ ହଜାର ଲିଟର ରୁ ଉର୍ଦ୍ଧହେବ ଆଣି ଦେଉଛନ୍ତି ବେପାରୀ। ହେଲେ ଟିକାବାଲି ରେ ଏହି ପିଡ଼ିଆ ମୁହୁଲି ମଦ ପିଇ ନିରୀହ ଗରିବ ଖଟିଖିଆ ଦିନ ମଜୁରିଆ ମାନେ ମୃତ୍ୟୁ ବରଣ କରି ସାରିଲେଣି ,ଓ କେତକ ମୃତ୍ୟୁ ମୁଖକୁ ଚାହିଁ ବସିରହି ଛନ୍ତି ଏବଂ ସ୍ତ୍ରୀ ମାନେ ବିଧବା ହୋଇ ଦୈନିକ ମଜୁରୀ କାମକରି ଛୋଟ ଛୋଟ ପୁଅ ଝିଅକୁ ପାଠ ପଢ଼ା ଠୁ ଧରୀ ବିଭିନ୍ନ ସମସ୍ୟାରେ ଚଳୁଥିବା ଦେଖିବାକୁ ମିଳିଛି। ଦିର୍ଘ ବର୍ଷ ଧରି ଟିକାବାଲି ଅଞ୍ଚଳରେ ମଦର ବନ୍ୟାରେ ଭାସୁଥିବା ବେଳେ ବର୍ତ୍ତମାନ ଅବକାରୀ ବିଭାଗର ନିଦ ଏବେ ଭାଙ୍ଗି ଯାଇଛି । ଆଜି ସକାଳ ୮ ଘଣ୍ଟିକା ସମୟେ ଫୁଲବାଣୀ ଅବକାରୀ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା , ମିନତି ଗାଉଁରିଆ ,ସଦାଶିବ ମହାରଣା , ଅମୁଲ୍ୟ ଲେଙ୍କା ସଂଜିବ ପ୍ରଧାନ, ପହଞ୍ଚି ଟିକାବାଲି ବଜାର ଅଞ୍ଚଳରେ ଚଢ଼ାଉ କରା ଯାଇଥିଲା । ଚଢ଼ାଉ ବେଳେ ଖଦାଳ ସାହିର ବାସନ୍ତି ସ୍ବାଇଁ, ଘରୁ ୧୨ ଲିଟର , ମୋହିନୀ ମଲ୍ଲିକ ପଠାଣ ସାହି , ଙ୍କ ଘରୁ ୧୫ ଲିଟର , ଜି ଉଦୟଗିରି କଳିଙ୍ଗିଆ ଗ୍ରାମର ସିତା କାନ୍ତ ପ୍ରଧାନ, ଘରୁ ୧୫ ଲିଟର , ସମେତ ଶର୍ବମୋଟ୍ ୪୨, ଲିଟର ଦେଶି ମଦ ଜବତ କରି ଦୁଇ ମହିଳା ସମେତ ୩ ଜଣଙ୍କୁ ଗିରଫ କର କେସ୍ ନମ୍ବର ୩୪/୩୫/୩୬/୨୫, ୨୬ ରେ ମାମଲା ରୂଜୁକରି କୋର୍ଟକୁ ପଠା ଯାଇଥିବା ସୂଚନା ଦେଇଛନ୍ତି ପୂର୍ଣ୍ଣଚନ୍ଦ୍ର ବେହେରା।
Discover more from odia.bnslive.in
Subscribe to get the latest posts sent to your email.