ମହାଯାନ ବୋଧି ସତ୍ତ୍ବଯାନ, ଗୌତମ ବୁଦ୍ଧଙ୍କ ଜୀବନ କାହାଣୀ

Creat A Revolution
           

ବୈଶାଖ ପୂର୍ଣ୍ଣିମା ଗୌତମ ବୁଦ୍ଧଙ୍କ ଜୀବନ କାହାଣୀ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ବୈଶାଖ ପୂର୍ଣ୍ଣିମାରେ ସେ ଜନ୍ମଗ୍ରହଣ କରିଥିଲେ; ଆଉ ଗୋଟିଏ ବୈଶାଖ ପୂର୍ଣ୍ଣିମାରେ ‌େସ ବୋଧିପ୍ରାପ୍ତ ହୋଇଥିଲେ ଏବଂ ଶେଷରେ ଆହୁରି ଏକ ବୈଶାଖ ପୂର୍ଣ୍ଣିମାରେ ତାଙ୍କର ପରିନିର୍ବାଣ  ଘଟିଥିଲା।

ବୈଶାଖ ପୂର୍ଣ୍ଣିମା ଗୌତମ ବୁଦ୍ଧଙ୍କ ଜୀବନ କାହାଣୀ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ବୈଶାଖ ପୂର୍ଣ୍ଣିମାରେ ସେ ଜନ୍ମଗ୍ରହଣ କରିଥିଲେ; ଆଉ ଗୋଟିଏ ବୈଶାଖ ପୂର୍ଣ୍ଣିମାରେ ‌େସ ବୋଧିପ୍ରାପ୍ତ ହୋଇଥିଲେ ଏବଂ ଶେଷରେ ଆହୁରି ଏକ ବୈଶାଖ ପୂର୍ଣ୍ଣିମାରେ ତାଙ୍କର ପରିନିର୍ବାଣ  ଘଟିଥିଲା। ସେଥିପାଇଁ ସେ ପୂର୍ଣ୍ଣିମାପୁରୁଷ। ସେଥିପାଇଁ ମଧ୍ୟ ବୈଶାଖ ପୂର୍ଣ୍ଣିମାର ଅନ୍ୟ ନାମ ବୁଦ୍ଧପୂର୍ଣ୍ଣିମା।


ଏହି ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ‘ସଦ୍ଧର୍ମ ପୁଣ୍ଡରିକ’ରୁ ଗୋଟିଏ ଉପାଖ୍ୟାନ ଏଠାରେ ଉପସ୍ଥାପିତ।ଦିନେ ପ୍ରିୟଶିଷ୍ୟ ଶାରିପୁତ୍ତଙ୍କୁ ଭଗବାନ ବୁଦ୍ଧ କାହାଣୀଟିଏ କହିଲେ। ତାହା ଏହିପରି … ..


ଏକଦା ଗୋଟିଏ ନଗରରେ ଜଣେ ବୟସ୍କ ଓ ଧନୀ ବ୍ୟକ୍ତି ଥ‌ିଲେ। ତାଙ୍କର ଗୋଟିଏ ବଡ଼ ଘର ଥିଲା‌; କିନ୍ତୁ ସେହି ଘରର ଗୋଟିଏ ମାତ୍ର ଦୁଆର ଥିଲା। ଦିନେ ହଠାତ୍‌ ସେହି ଘରେ ନିଆଁ ଲାଗିଗଲା ଏବଂ ସେ ନିଆଁ ଚାରିଆଡ଼କୁ ବ୍ୟାପିଲା। ସେହି ଘର ଭିତରେ ତାଙ୍କର ପୁଅମାନେ ଖେଳୁଥିଲେ। ସେମାନେ ନିଆଁର ଭୟାବହତା କ’ଣ ଜାଣି ନ ଥିଲେ। ତେଣୁ ସେ ‘‘ନିଆଁ ଲାଗିଯାଇଛି, ବାହାରକୁ ପଳାଅ’’ ବୋଲି ଯେତେ ପାଟିକଲେ ବି ସେମାନେ ଶୁଣିଲେ ନାହିଁ। ଜଣ ଜଣ କରି ତାଙ୍କୁ ଟେକି ନେଇ ବାହାରେ ଛାଡ଼ିଆସିବାପାଇଁ ବେଳ ବି ନ ଥିଲା। ତେଣୁ ସେ ଉପସ୍ଥିତ ବୁଦ୍ଧିରେ କହିଲେ, ‘‘ପିଲାଏ, ତୁମ ପାଇଁ ତିନିଟି ସୁନ୍ଦର ଖେଳଣାରଥ ଘର ବାହାରେ ରଖିଛି। ସେଇ ତିନି ରଥ ହେଉଛି- ଗୋରଥ, ଅଜରଥ ଓ ମୃଗରଥ। ଯିଏ ସେ ସୁନ୍ଦର ରଥ ‌େନବ ବାହାରକୁ ଧାଇଁଯାଅ।’’ ତାହା ଶୁଣି ତିନି ପୁଅ ବାହାରକୁ ଧାଇଁ ପଳାଇଗଲେ। ସେମାନଙ୍କର ଜୀବନ ବଞ୍ଚିଗଲା।

ବାହାରକୁ ଯିବା ପରେ ସେମାନେ ତାଙ୍କ ବାପାଙ୍କୁ ନିଜ ନିଜର ଖେଳଣାରଥ ମାଗିଲେ। କିନ୍ତୁ ତାଙ୍କ ପାଖରେ ଗୋଟିଏ ହେଲେ ଖେଳଣା ରଥ ନଥିଲା। ଥିଲା ଗୋଟିଏ ମାତ୍ର ବଡ଼ ଗୋ-ରଥ। ତାହା ଥିଲା ସତସତିକା ଓ ସୁନ୍ଦର ରଥ। ସେଇଟି ସେ ତାଙ୍କ ପୁଅମାନଙ୍କୁ ଦେଲେ। କାହାଣୀଟି କହିସାରି ବୁଦ୍ଧଦେବ ଶାରିପୁତ୍ତଙ୍କୁ ପଚାରିଲେ- ‘‘ସେହି ବ୍ୟକ୍ତି ନିଜ ପୁଅମାନଙ୍କୁ ତିନିଟି ଖେଳଣାରଥ ଦେବେ ବୋଲି କହି, ଗୋଟିଏ ବଡ଼ରଥ ଦେବାରୁ କ’ଣ ମିଥ୍ୟାବାଦୀ ହେଲେ?’’ ଶାରିପୁତ୍ତ ଉତ୍ତର ଦେଲେ, ‘‘ପିଲାମାନଙ୍କୁ ବିପଦରୁ, ଦୁଃଖରୁ ବଞ୍ଚାଇବେ ବୋଲି ସେ ତାହା କହିଥିଲେ। ତେଣୁ ସେ ମିଥ୍ୟାବାଦୀ  ହେବେ ନାହିଁ। ପିଲାଙ୍କୁ ଗୋଟିଏ ବଡ଼ରଥ ‌ନ ଦେଇଥିଲେ ବି ସେ ମିଥ୍ୟାବାଦୀ ହୋଇ ନ ଥାନ୍ତେ।’’ ଏହି ବୁଦ୍ଧ-ଶାରିପୁତ୍ତ ଉପାଖ୍ୟାନର ଆଉ ଗୋଟିଏ ତାତ୍ପର୍ଯ୍ୟ ଅଛି ବୋଲି କୁହାଯାଏ। ତାହା ହେଲା, ବୌଦ୍ଧଧର୍ମର ତିନିଟିଯାନ ହେଉଛି-ଶ୍ରାବକଯାନ, ପ୍ରତ୍ୟେକବୁଦ୍ଧଯାନ ଓ ବୋଧିସତ୍ତ୍ବଯାନ। ଏହି ତିନି ଯାନ ମଧ୍ୟରୁ ମନୁଷ୍ୟର ଦୁଃଖ ଦୂର ପାଇଁ ଗୋଟିଏ ମାତ୍ର ଯାନ ଗୁରୁତ୍ବପୂର୍ଣ୍ଣ। ତାହା ହେଉଛି- ବୋଧିସତ୍ତ୍ବଯାନ ବା ମହାଯାନ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading