ହାଭେଲସର ଲୟାଡ ପ୍ରଡକ୍ଟକୁ ନେଇ ଆସିଲା ବଡ ଖବର, ଲୋକଙ୍କୁ ଠକୁଛି ଏହି କମ୍ପାନି

Creat A Revolution
           

କଟକ -: ଭାରତରେ ଅନେକ ଉତ୍ପାଦକ କମ୍ପାନି ଅଛି ହେଲେ କିଛି ପ୍ରଡକ୍ଟ ତିଆରି କରିଦିଅନ୍ତି ସତ ବିକ୍ରି ପାଇଁ ମନଲୋଭା କଥା ଦେଇଥାନ୍ତି । କେହି କେହି ନିଜ ପ୍ରଡକ୍ଟ ବିକିବା ପାଇଁ ଡିସକାଉଣ୍ଟ ଅଫର ଦିଅନ୍ତି ତ ଆଉ କେହି ୱାରେଣ୍ଟି ଓ ଗ୍ୟାରେଣ୍ଟିକୁ ନେଇ ବଡ ବଡ ପ୍ରଚାର ପ୍ରସାର କରନ୍ତି । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ହାଭେଲସ କମ୍ପାନିର ଲୟାଡ ଏସିକୁ ନେଇ ।

ଲୟାଡ ଏସିକୁ ନେଇ ବଡ ବଡ ବିଜ୍ଞାପନ ଦେଇ ଲୋକଙ୍କୁ ନିରାଶା କରୁଛି ବୋଲି ଆସିଛି ବଡ ଅଭିଯୋଗ । ଜନୈକ ବ୍ୟକ୍ତି ୩ଟି ଏସି କିଣିଥିଲେ ତାଙ୍କର ଏସିକୁ କମ୍ପାନି ତରଫରୁ ଇନଷ୍ଟଲେସନ କରିବା ପାଇଁ ଆସିଲେ ନାହିଁ ବାଧ୍ୟ ହୋଇ ସେ ବ୍ୟକ୍ତି ଅନ୍ୟ ଅର୍ବାନ କମ୍ପାନିକୁ ଡକାଇ ଇନଷ୍ଟଲେସନ ଓ ସର୍ଭିସ କରାଇ ହଇରାଣ ହୋଇଛନ୍ତି । ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ନାରାୟଣ ଚନ୍ଦ୍ର ସ୍ୱାଇଁ । ସେହିଭଳି କଟକ ଜିଲ୍ଲା ତିଗିରିଆ ଜଣେ ବ୍ୟକ୍ତିଙ୍କୁ ଅନୁରୁପ ହଇରାଣ କରୁଛି ଲୟାଡ କମ୍ପାନୀ । ସେହି ଘଟଣାକୁ ନେଇ ଗ୍ରାହକ ବବୁଲ କୁମାର ସାହୁ ଖାଉଟି ଅଦାଲତ(Consumer Court)ର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି । ସେ ଏସି ନେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ସର୍ଭିସ ଦେବାରେ ଅକ୍ଷମ ଲୟାଡ କମ୍ପାନି । ଏବେ ଦେଖିବାକୁ ମିଳୁଛି ଗ୍ରାହକଙ୍କୁ ସବୁ କ୍ଷେତ୍ରରେ ଲୁଟ୍ କରୁଛନ୍ତି ଏଭଳି ବଡବଡିଆ କମ୍ପାନି । ଅନେକ ଅଦାଲତ ଯାଇ ହଇରାଣ ହେବା ଭାବି ଚୁପ୍ ରହୁଛନ୍ତି । ତେବେ ଆମେ ଏଠି ଗୋଟିଏ କଥା କହିବୁ ଲୁଟ୍ କରୁଥିବା କମ୍ପାନିକୁ ଉଚିତ୍ ଶିକ୍ଷା ଦେବା ପାଇଁ ଖାଉଟି ଅଦାଲତ (Consumer Court)କୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ନିଶ୍ଳୁକ ସେବା ମିଳିଥାଏ । ନ୍ୟାୟ ପାଇଁ ଲଢେଇ କରନ୍ତୁ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading