ଗାଜାରେ ଭୟଙ୍କର ସ୍ଥିତି । ଖାଦ୍ୟ ପାଇଁ ଲୋକେ ଡହଳ ବିକଳ । ସଙ୍କଟରେ ୧୪ହଜାର ପିଲାଙ୍କ ଜୀବନ । ଜାତିସଂଘ କହିଲା, ୪୮ ଘଣ୍ଟାରେ ଖାଦ୍ୟ ନ ମିଳିଲା ଚାଲିଯିବ ପ୍ରାଣ । ଇସ୍ରାଏଲର ଜବାବ, ପଣବନ୍ଦୀଙ୍କ ମୁକ୍ତି ଯାଏଁ ଜାରି ରହିବ ଆକ୍ରମଣ । ଗାଜାରେ ଭୟଙ୍କର ସ୍ଥିତି କୁନି କୁନି ପିଲା ଖାଦ୍ୟ ପାଇଁ ଡହଳ ବିକଳ କେବଳ ସୁପ୍ ପିଇ ବଞ୍ଚି ରହିଛନ୍ତି ସଙ୍କଟରେ ୧୪ହଜାର ପିଲାଙ୍କ ଜୀବନ ଖାଦ୍ୟ ନ ମିଳିଲେ ଚାଲିଯିବ ପ୍ରାଣ ! ଗାଜାର ଶରଣାର୍ଥୀ ଶିବିରର ଏହି ଦୃଶ୍ୟ ଯେକୌଣସି ଲୋକକୁ ବିଚଳିତ କରିପାରେ ।
ଭୋକରେ କିଭଳି ସଂଘର୍ଷ କରୁଛନ୍ତି ଗାଜା ବାସିନ୍ଦା । ଖାଦ୍ୟ ନେଇ ଆସିଥିବା ଟ୍ରକ୍ ଆଗରେ ଲାଗିଛି ଲମ୍ବା ଲାଇନ୍ । କୁନି କୁନି ପିଲାଙ୍କ ସମେତ ମହିଳା ଓ ପୁରୁଷ ହାତରେ ବାସନ ଧରି ଖାଦ୍ୟ ନେବାକୁ ଅପେକ୍ଷା କରିଛନ୍ତି । ଖାଦ୍ୟ କହିଲେ, କେବଳ ସୁପ୍ । ଯାହାକୁ ପିଇ ଜୀବନ ବଞ୍ଚାଉଛନ୍ତି ଏହି କୁନି କୁନି ପିଲା । ସୁପ୍ ପାଇବାକୁ ବି କମ୍ ସଂଘର୍ଷ କରିବାକୁ ପଡ଼ୁନି । ଗାଜାରେ ଏବେ ଭୟଙ୍କର ସ୍ଥିତି । ଗୋଟିଏ ପଟେ ଇସ୍ରାଏଲ ଟ୍ୟାଙ୍କର ଗର୍ଜନ, ଅନ୍ୟପଟେ ଭୋକ ଉପାସରେ ସଂଘର୍ଷ କରୁଥିବା ଗାଜା ବାସିନ୍ଦା । ଏହା ଭିତରେ ଆଉ ଏକ ଚିନ୍ତାଜନକ ତଥ୍ୟ ଦେଇଛି ଜାତିସଂଘ । ଆଗାମୀ ୪୮ ଘଣ୍ଟାରେ ଯଦି ଅଧିକ ସାହାଯ୍ୟ ନ ପହଞ୍ଚେ ତେବେ ୧୪ ହଜାରରୁ ଅଧିକ ଶିଶୁ ପ୍ରାଣ ହରାଇବେ । ଗୋଟିଏ ପଟେ ପଣବନ୍ଦୀଙ୍କୁ ମୁକୁଳାଇବାକୁ ଇସ୍ରାଏଲର ପଣ । ସେଥିଲାଗି ଜୋରଦାର ଆଟାକ୍ । ଇସ୍ରାଇଲୀ ଆକ୍ରମଣରେ ଛାରଖାର ସାରା ଗାଜା । ଅନ୍ୟ ପଟେ ଭୋକର ଭୂଗୋଳ ପାଲଟିଛି ସାରା ଗାଜା । ଗାଜାରେ କୁନି କୁନି ପିଲାଏ ଏବେ ଖାଦ୍ୟ ନ ପାଇ ଡହଳ ବିକଳ ।
ଏମାନେ ସୁପ୍ ଟିକକରେ ନିଜ ଜୀବନ ବଞ୍ଚାଉଛନ୍ତି । ଏଭଳି ସ୍ଥିତି ଜାତିଂସଘ କହିଛି, ଯଦି ଆଗାମୀ ୪୮ ଘଣ୍ଟାରେ ଅଧିକ ସାହାଯ୍ୟ ନ ପହଞ୍ଚେ ତେବେ ୧୪ ହଜାରରୁ ଅଧିକ ଶିଶୁ ପ୍ରାଣ ହରାଇବେ । ଗତ ସପ୍ତାହେ ହେବ ଏ ଅବସ୍ଥା ଲାଗି ରହିଛି । ଖାନ୍ ୟୁନୁସରେ ଅବସ୍ଥା ଅତି ସାଂଘାତିକ । ଲୋକେ ଘରଦ୍ବାର ଛାଡ଼ି ପଳାୟନ କରିବାକୁ ବାଧ୍ୟ । ଗାଜା ଭୋକରେ ସଂଘର୍ଷ କରୁଥିବାବେଳେ ପଣବନ୍ଦୀଙ୍କ ମୁକ୍ତି ନେଇ ଜିଦ୍ରେ ଅଟଳ ଇସ୍ରାଏଲ୍ । ଯେପର୍ଯ୍ୟନ୍ତି ସବୁ ପଣବନ୍ଦୀ ମୁକ୍ତ ହୋଇନାହାନ୍ତି, ସେତେବେଳେ ଯାଏ ଜାରି ରହିବ ଆକ୍ରମଣ । ଶରଣାର୍ଥୀ ଶିବିର ଗୁଡ଼ିକରେ ଲୁଚି ରହି ହମାସ ଆତଙ୍କୀ ଆକ୍ରମଣ କରୁଥିବାରୁ ଇସ୍ରାଏଲ ସେନା ଶରଣାର୍ଥୀ ଶିବିରକୁ ବି ଟାର୍ଗେଟ୍ କରୁଛି । ତେଣୁ ଏଭଳି ସ୍ଥିତି କେବେ ସୁଧୁରିବ, କହିବା ମୁସ୍କିଲ,
Discover more from odia.bnslive.in
Subscribe to get the latest posts sent to your email.