ଗେମ୍ ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ

Creat A Revolution
           

ବାଲେଶ୍ବର -: ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ପୁଅ କାଳ ସାଜୁଛି ଫ୍ରି ଫାୟାର । ଗେମ୍ ଖେଳିବାକୁ ବାରଣ କରିବାରୁ ଯୁବକଙ୍କ ଆତ୍ମହତ୍ୟା । ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳୁଥିବା ବେଳେ ମାଆ ମୋବାଇଲ ଛଡ଼ାଇ ନେବାରୁ ଘର ଆଗରେ ଥିବା ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ପୁଅ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନାରାୟଣମହାନ୍ତି ପଡ଼ିଆ ଗ୍ରାମପଞ୍ଚାୟତର କୀର୍ତନିଆ ଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଘଟଣା ।
ଗାଁର ପୂର୍ଣ୍ଣଚନ୍ଦ୍ର ମିର୍ଦ୍ଧାଙ୍କର ପୁଅ ଆନନ୍ଦ ମିର୍ଦ୍ଧା ଘରେ ବସି ମୋବାଇଲରେ ଫ୍ରି ଫାୟାର ଗେମ ଖେଳୁଥିଲେ । ମା’ ସବିତା ମିର୍ଦ୍ଧା ପୁଅକୁ ମୋବାଇଲରେ ଏଭଳି ଖେଳ ଖେଳିବାକୁ ମନା କରି ପୁଅ ନିକଟରୁ ମୋବାଇଲ ଛଡ଼ାଇ ଆଣିଥିଲେ । ଆନନ୍ଦ ମାଆ ଉପରେ ରାଗିଯାଇ ଘରଠାରୁ ଅଳ୍ପ ଦୂର ଥିବା ଏକ ଗଛରେ ଫାଶି ଲଗାଇ ଝୁଲି ପଡ଼ିଥିଲେ I ଏ ନେଇ ପରିବାର ପକ୍ଷରୁ ଲକ୍ଷ୍ମୀପାଟଣା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ମୃତ ଆନନ୍ଦର ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading