ପୁଣି ଦେଶରେ କରୋନା ଭୟ, ଗୁଜୁରାଟରେ ୧୫ ଓଡିଶାରେ କେତେ

Creat A Revolution
           

ପୁଣି ଦେଶରେ କରୋନା ଭୟ, ଗୁଜୁରାଟରେ ଗୋଟାଏ ଦିନରେ ୧୫ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ବଢୁଛି କରୋନା ଲହର । ପୁଣି କଡ଼ ଲେଉଟାଇଲା କରୋନା । ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗୁଜରାଟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ୧୫ ଜଣ କରୋନା ପଜିଟିଭ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଆକ୍ରାନ୍ତ ଏବେ ସଙ୍ଗରୋଧରେ ଥିବାବେଳେ ଅହମଦାବାଦ ସହରରେ ୧୩ ଜଣେ ଏବଂ ଗ୍ରାମାଞ୍ଚଳରେ ୨ ଜଣେ ଥିବା ଜଣାପଡିଛି । ଓମିକ୍ରନ ପ୍ରଜାତିର ଏହି ଭୂତାଣୁ ହୋଇଥିବା ବେଳେ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ଡାକ୍ତରମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହାତ ଧୋଇବା ଭଳି ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading