ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୦ହଜାର ଟଙ୍କା ନେଉଥିଲେ ଲାଞ୍ଚ
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ। ମାମଲାରୁ ନାମ କୁ କାଟିବାକୁ ନେଇ ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଟିମ୍ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାରକାନ୍ତ ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଏକ କେସ ଡାଇରୀରୁ ନାଁ ହଟାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗତକାଲି ବିଳମ୍ବିତ ରାତିରେ ଚାଲିଥିଲା ଡିଲ ସମୟରେ ଛକି ବସିଥିବା ଭିଜିଲାନ୍ସ ଟିମ ଉଭୟଙ୍କୁ ମାଡ଼ିବସିଥିଲା । ପରେ ଏଏସ ଆଇ ତୁଷାରକାନ୍ତ ରହୁଥିବା ଘରେ ଖୋଳତାଡ଼ ସହିତ ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଚଳାଇଛି । ପୂର୍ବରୁ ଏଏସଆଇ ତୁଷାରକାନ୍ତ ନାୟକଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Discover more from odia.bnslive.in
Subscribe to get the latest posts sent to your email.