ତୁଳସୀ, ପ୍ରୁଥିରାଜ୍ ଓ ଯାତ୍ରା ଅଶୋକ ସମ୍ରାଟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ପୁଣି ବିବାଦରେ ଫସିଛନ୍ତି। ନରିଙ୍କ ପରେ ନାଣ୍ଡୁ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାମୁନି। ଯାହାକୁ ଖଣ୍ଡନ କରି ନାଣ୍ଡୁ। ଘଟଣାରେ ନାଣ୍ଡୁ ଙ୍କୁ ଘେରିଛନ୍ତି ଯାତ୍ରା କର୍ମଚାରୀ କଳାକାର ମହାସଂଘ। ସେପଟେ ମହିଳା ଥାନା ପୋଲିସ କରୁଚି ତଦନ୍ତ…
ନରିଙ୍କ ପରେ ମାମୁନି। ପୁଣି ବିବାଦରେ ନାଣ୍ଡୁ ବାବୁ। ନାଣ୍ଡୁ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି । କହିଲେ, ବକେୟା ଟଙ୍କା ମାଗିବାରୁ ଦୁଷ୍କର୍ମ ଓ ହତ୍ୟାର ଧମକ ଦେଉଛନ୍ତି ୩ ଯାତ୍ରା ପାର୍ଟିର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ। BNS NEWS ଆଗରେ ମାମୁନି ଷଡ଼ଙ୍ଗୀର ସାଂଘାତିକ ଖୁଲାସା। କହିଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଯାହାକୁ ନେଇ ସେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି ମାମୁନି । ନାଣ୍ଡୁବାବୁ କିଛି ନିଜେ ନ କରି ଲୋକ ଲଗାଇ କାମ ସାରିଦିଅନ୍ତି । ବାଲିଆପାଳ ଯାତ୍ରା କମିଟି ଆକ୍ରମଣ ପଛରେ ନାଣ୍ଡୁବାବୁଙ୍କ ହାତ ରହିଥି। ଜୀବନ ଥିବା ଯାଏ ସେ ନାଣ୍ଡୁ ବାବୁଙ୍କ କୌଣସି ପାର୍ଟିରେ କାମ କରିବେ ନାହିଁ । ମାମୁନିଙ୍କ ସ୍ବାମୀ ବାପି ମଧ୍ୟ କ୍ୟାମେରା ଆଗରେ କାନ୍ଦି କାନ୍ଦି କଳାକାର ସଂଘର ସହଯୋଗ ଲୋଡ଼ିଛନ୍ତି ।ଏପଟେ ମାମୁନିଙ୍କ ଅଭିଯୋଗକୁ ବାଏଁ ବାଏ ଉଡ଼ାଇ ଦେଇଛନ୍ତି ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ। ସେ କହିଛନ୍ତି ଅଭିଯୋଗ ସଂପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ବାଲିଆ ପାଳ ଯାତ୍ରା କମିଟି ଓ ତାଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଯୋଗୁ ଏଭଳି ଘଟଣା ଘଟିଛି ବୋଲି ନାଣ୍ଡୁ କହିଛନ୍ତି। ମାମୁନି ଙ୍କ ସମର୍ଥନରେ ବାହାରିଛି ଯାତ୍ରା କର୍ମଚାରୀ ଓ କଳାକାର ମହାସଂଘ। ନାଣ୍ଡୁ ବାବୁ ତାଙ୍କୁ ଲୋକ ଲଗାଇ ମାଡ଼ ମାରିବା ଓ ଜୀବନରୁ ମାରିଦେବାକୁ ଧମକ ଦେବା ନିନ୍ଦନୀୟ ବୋଲି କହିଛନ୍ତି ଯାତ୍ରା କର୍ମାଚାରୀ ଓ କଳାକାର ମହାସଂଘ ସଂପାଦକ. ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଏପଟେ ନାଣ୍ଡୁ ବାବୁଙ୍କ ବିରୋଧରେ ହାସ୍ୟ ଅଭିନେତା ନରି ପଣ୍ଡା ଯେଉଁ ଅଭିଯୋଗ ଆଣିଥିଲେ, ତାକୁ ୨ ମାସ ପୂରିଲାଣି। ବାଲିଚନ୍ଦ୍ରପୁର ପୋଲିସ ମାମଲା ତଦନ୍ତ କରୁଛି ଯେ, ତାହା ତାହା ସରୁ ନାହିଁ। ଯାହାକୁ ନେଇ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ନରିଙ୍କ ଓକିଲ । କିଏ କହୁଛି ସତ? ଅନନ୍ତ ନାରାୟଣ ଧଳ ନା ମାମୁନି ଷଡ଼ଙ୍ଗୀ ? ନରି ମାମଲାରେ ବାଲିଚନ୍ଦ୍ର ପୁର ପୋଲିସ ଦିନ ଗଡ଼ାଇ ଚାଲିଥିବା ବେଳେ ମାମୁନି ମାମଲାରେ ଭୁବନେଶ୍ବର ମହିଳା କି ପଦକ୍ଷେପ ନେଉଛି, ତାଉପରେ ରହିଛି ସମସ୍ତଙ୍କ ନଜର ।
Discover more from odia.bnslive.in
Subscribe to get the latest posts sent to your email.