ହିତାଧିକାରୀ ଚୟନରେ ଅନିୟମିତତା, ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ

Creat A Revolution
           

ତିଗିରିଆ -:ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ କଳିବିରି ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ତାଙ୍କ ନାମ ସାମିଲ ହେବାରୁ ବାଦ ପଡିଛନ୍ତି।କିନ୍ତୁ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ସାମିଲ ରହିଥିବାରୁ ଅଞ୍ଚଳ ବାସିନ୍ଦା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।ବ୍ଲକ ର ଅନେକ ପଞ୍ଚାୟତ ରେ ଏଭଳି ହୋଇଥିବା ଦେଖିବାକୁ ମିଳିଛି।ଏ ନେଇ କେତେକ ହିତାଧିକାରୀ ବିଡ଼ିଓ ଙ୍କୁ ଅଭିଯୋଗ କରିଥିବା ସୂଚନା ମିଳିଛି।କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଏହି ଯୋଜନା ରେ ଘର ପ୍ରଦାନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ କଳିବିରି ଗ୍ରାମର ନୂଆ ସାହି ର ବାସିନ୍ଦା ଶିବ ପୃଷ୍ଟି ଯିଏକି ଦିନ ମଜୁରୀ କରି ନିଜର ୪ ପ୍ରାଣୀ ପରିବାର ପ୍ରତିପୋଷଣ କରନ୍ତି।

ଶିବ ନିଜର ପତ୍ନୀ ମଞ୍ଜୁଲତା ପୃଷ୍ଟି,ଦୁଇ ପୁଅ ମଧ୍ୟରେ ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବଡ଼ ପୁଅ ପ୍ରେମାନନ୍ଦ ପୃଷ୍ଟି ଓ ସପ୍ତମ ଶ୍ରେଣୀରେ ପଢ଼ୁଥିବା ସାନ ପୁଅ ରସାନନ୍ଦ ପୃଷ୍ଟି ଙ୍କୁ ନେଇ ଗୋଟିଏ ବଖରା ଭଙ୍ଗା ଆଜବେଷ୍ଟସ ଘରେ ରହୁଛନ୍ତି।ସାମାନ୍ୟ ବର୍ଷା ହେଲେ ଉକ୍ତ ଘରେ ଆଣ୍ଠୁଏ ଉଚ୍ଚ ବର୍ଷା ପାଣି ଲହଡି ମାରିଥାଏ।ଏଭଳି ଘରେ ରହୁଥିବା ଅଭାବୀ ଘର ମରାମତି କିମ୍ବା ନୂତନ ଘର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଅସମର୍ଥ ଅଟନ୍ତି।କିଛିଦିନ ତଳେ ହୋଇଥିବା ଦୁର୍ଘଟଣା ରେ ଶିବ ନିଜର ଗୋଡ଼ରେ ଗୁରୁତର ଭାବେ ଆଘାତ ପାଇବା ସହ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର କରଜ କରିଥିବା ଜଣାପଡ଼ିଛି।ଏଭଳି ସ୍ଥିତିରେ ନିଜେ ଘର ତିଆରି କରିବା ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଶିବ ଙ୍କ ପତ୍ନୀ ମଞ୍ଜୁଲତା ପ୍ରକାଶ।କରିଛନ୍ତି।ସେଥିପାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେଇ ବସିଥିବା ଶିବ ଙ୍କ ପରିବାର ର ନାଁ ପ୍ରକାଶ ପାଇଥିବା ଆବାସ ତାଲିକାରେ ସାମିଲ ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚୟନ ହୋଇଥିବା ଦୁଇ ଦୁଇଥର ସର୍ଭେ କରି ଗଲା ପରେ ତାଲିକାରେ ତାଙ୍କ ନାଁ ସାମିଲ ନରହିବା ଦୁଃଖ ର ବିଷୟ ବୋଲି ଶିବ ଙ୍କ ପତ୍ନୀ ମଞ୍ଜୁଲତା ପ୍ରକାଶ କରିଛନ୍ତି।ସେହିପରି କଳିବିରି ଗ୍ରାମର ସାନ ସାହି ମାନସିକ ଭାରସାମ୍ୟ ହରାଇଥିବା ତଥା ୯୦ ପ୍ରତିଶତ ଶାରୀରିକ ଅକ୍ଷମ ପ୍ରମାଣ ପତ୍ର ଥିବା ଅବିବାହିତ ମହିଳା ସୁଷମା ସାହୁ (୬୫) ଙ୍କ ନାମ ମଧ୍ୟ ଆବାସ ଯୋଜନାରେ ସାମିଲ ନଥିବା ଦେଖିବାକୁ ମିଳିଛି।ନିଜର ଘର ଖଣ୍ଡିଏ ନଥିବାରୁ ନିଜର ଭାଇ ଘରେ ରହୁଥିବା ସୁଷମା ଆବାସ ଯୋଜନାରେ ସାମିଲ ହୋଇ ନିଜ ମୁଣ୍ଡ ଉପରେ ପକ୍କା ଛାତ ରହିବାର ସ୍ୱପ୍ନ ଦେଖିଥିଲେ।

କିନ୍ତୁ ପ୍ରଶାସନିକ ଅଧିକାରୀ ସର୍ଭେ କରି ଗଲାପରେ ତାଙ୍କ ଭଳି ଜଣେ ଯୋଗ୍ୟ ହିତାଧିକାରୀ ଙ୍କ ନାମ ଉକ୍ତ ତାଲିକାରେ ନଥିବା ଦେଖିବାକୁ ମିଳିଛି।ଫଳରେ ସୁଷମା ଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।କଳିବିରି ଗ୍ରାମର ଆହୁରି ଅନେକ ଯୋଗ୍ୟ ହିତାଧିକାରୀ ଙ୍କ କ୍ଷେତ୍ରରେ ଏଭଳି ଘଟିଥିବା ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ ଯେ ବ୍ଲକ ର ସମସ୍ତ ପଞ୍ଚାୟତ ରେ ଆବାସ ଯୋଜନାରେ ସାମିଲ ହେବାକୁ ଥିବା ଯୋଗ୍ୟ ହିତାଧିକାରୀ ଙ୍କ ସର୍ଭେ ପାଇଁ ଟିମ ଗଠନ କରାଯାଇଥିଲା।ଉକ୍ତ ଟିମ ମାର୍ଚ୍ଚ ମାସରୁ ବୁଲି ହିତାଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରି ସେମାନଙ୍କ ନାମ ସୁପାରିଶ କରିଥିଲେ।ଏହି କାର୍ଯ୍ୟ ଗତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।ଟିମ ର ରିପୋର୍ଟ ଅନୁଯାୟୀ ଚଳିତ ମାସ ପ୍ରଥମ ସପ୍ତାହରେ ବିଭିନ୍ନ ପଞ୍ଚାୟତ ର ଯୋଗ୍ୟ ହିତାଧିକାରୀ ଙ୍କ ନାମ ପ୍ରକାଶ ପାଇଥିଲା। ତେଣୁ ଯଥାଶୀଘ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୁନର୍ବାର ସର୍ଭେ କରାଯାଇ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ତାଲିକାରେ ସାମିଲ କରାଯିବା ସହ ଅଯୋଗ୍ୟ ହିତାଧିକାରୀଙ୍କ ନାମ କୁ ତାଲିକାରୁ ବାଦ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading