ଚତୁର୍ଥ ଗଦାଧରପୁର ପ୍ରିମିୟର ଲିଗ,ବଜରଙ୍ଗି ଷ୍ଟାର ବିଜୟୀ

Creat A Revolution
           

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ଗଦାଧରପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଚାଲିଥିବା ଚତୁର୍ଥ ଗଦାଧରପୁର ପ୍ରିମିୟର ଲିଗ ର ଆଜିର ଦ୍ୱିତୀୟ ଲିଗ ମ୍ୟାଚ ରେ କପିଳେଶ୍ବର ରକଷ୍ଟାର କୁ ୧୦ ରନ ରେ ପରାସ୍ତ କରି ବଜରଙ୍ଗି ଷ୍ଟାର ବିଜୟ ଲାଭ କରିଛି।

ବଜରଙ୍ଗି ରକଷ୍ଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୮ ଟି ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲେ।ଜବାବରେ କପିଳେଶ୍ବର ରକଷ୍ଟାର ନିର୍ଦ୍ଧାରିତ ଓଭର ରେ ୭ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ।ଆଜିର ମ୍ୟାଚ ରେ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ବଜରଙ୍ଗି ଷ୍ଟାର ର ଅଧିନାୟକ ଲୋଟନ ନାୟକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଭ୍ରମରବର ସ୍ୱାଇଁ ଯୋଗଦେଇ ଉଭୟ ଦଳର ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ।ଆଜିର ଖେଳ କୁ ବବୁଲ ରାଉତ ଓ ଦୁର୍ଗାଶଙ୍କର ରାଉତ ପରିଚାଳନା କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading