ଚତୁର୍ଥ ଗଦାଧରପୁର ପ୍ରିମିୟର ଲିଗ,କପିଳେଶ୍ୱର ରକଷ୍ଟାର ଓ ବଜରଙ୍ଗି ଷ୍ଟାର ବିଜୟୀ

Creat A Revolution
           

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ଗଦାଧରପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଚାଲିଥିବା ଚତୁର୍ଥ ଗଦାଧରପୁର ପ୍ରିମିୟର ଲିଗ ର ଆଜି ଅନୁଷ୍ଠିତ ଦୁଇଟି ଲିଗ ମ୍ୟାଚ କପିଳେଶ୍ୱର ରକଷ୍ଟାର ଜୟ ଶ୍ରୀରାମ ଦଳକୁ ୨ ରନ ରେ ଓ ବଜରଙ୍ଗି ଷ୍ଟାର ବିପକ୍ଷ ଜଗଦୀଶ ୱାରିୟର କୁ ୪ ଉଇକେଟ ରେ ପରାସ୍ତ କରିଛି।ଆଜି ସକାଳେ ଅନୁଷ୍ଠିତ ଚତୁର୍ଥ ଲିଗ ମ୍ୟାଚ ରେ କପିଳେଶ୍ୱର ରକଷ୍ଟାର ଟସ ଜିତି ପ୍ରଥମେ ବ୍ୟାଟିଂ କରି ଜଗଦୀଶ ୱାରିୟର ନିର୍ଦ୍ଧାରିତ ୧୨ ଓଭର ରେ ୭ ଟି ଉଇକେଟ ହରାଇ ୮୩ ରନ ସଂଗ୍ରହ କରିଥିଲେ।

ଜବାବରେ ଜୟ ଶ୍ରୀରାମ ଦଳ ନିର୍ଦ୍ଧାରିତ ଓଭର ରେ ମାତ୍ର ୮୧ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ।ଏହି ମ୍ୟାଚ ରେ ବ୍ୟାଟିଂ ରେ ଅପରାଜିତ ୨୪ ରନ ଓ ବୋଲିଂ ରେ ବିପକ୍ଷ ଦଳର ୨ ଟି ଉଇକେଟ କପିଳେଶ୍ୱର ରକଷ୍ଟାର ର ବିଜୟ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଖେଳାଳୀ ମୁନା ବାରିକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।ତାଙ୍କୁ ମୁଖ୍ୟ ଅତିଥି ଗଜେନ୍ଦ୍ର ଦଳେଇ ଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ଅପରାହ୍ନରେ ଅନୁଷ୍ଠିତ ୫ ଲିଗ ମ୍ୟାଚ ରେ ଜଗଦୀଶ ୱାରିୟର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୯ ଟି ଉଇକେଟ ହରାଇ ୮୮ ରନ ସଂଗ୍ରହ କରିଥିଲେ।ଜବାବରେ ବଜରଙ୍ଗି ଷ୍ଟାର ମାତ୍ର ୧୦ ଓଭର ରେ ୬ ଟି ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିଥିଲେ।ବଜରଙ୍ଗି ଷ୍ଟାର ପକ୍ଷରୁ ବୋଲିଂ ରେ ୩ ଟି ଉଇକେଟ ଓ ବ୍ୟାଟିଂ ରେ ୧୪ ରନ ସଂଗ୍ରହ କରିଥିବା ଅନୀଲ କୁମାର ପରିଡା ଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସ୍ଥାନୀୟ ମା ଭବାନୀ ସ୍ପୋର୍ଟସ କ୍ଳବ ର ପୁରାତନ ଖେଳାଳୀ ସୂର୍ଯ୍ୟମଣୀ ରାଉତ ଙ୍କ ଦ୍ଵାରା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।ଆଜିର ଖେଳ କୁ ରଶ୍ମିରଞ୍ଜନ ରାଉତ ଓ ଦୁର୍ଗାଶଙ୍କର ରାଉତ ପରିଚାଳନା କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading