ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ପରିଷଦ ପକ୍ଷରୁ ଆଜି ରଜ ମହୋତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ସୁବୋଧ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏକ ବାର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦୁର୍ଯୋଧନ ବରାଳ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ତଥା ଶିକ୍ଷାବିତ୍ ପ୍ରଣବ ପଟ୍ଟନାୟକ କୃଷିଭିତ୍ତିକ ଗଣପର୍ବ ରଜପର୍ବ ପାଳନର ଉଦେଶ୍ୟ ତଥା ତିଗିରିଆ ବ୍ଲକରେ ରଜପର୍ବ ପାଳନ ର ପରମ୍ପରା ୭୦ ଦଶକରୁ ଚାଲିଆସୁଥିବାର ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀ ବରାଳ ରଜପର୍ବ ପାଳନରେ ଗାଁ ଗଣ୍ଡାରୁ ହଜିଯାଉଥିବାର ଭାଇଚାରା ସଂପର୍କ ଦୃଢିଭୁତ ହୋଇପାରିବ ବୋଲି ବର୍ଣ୍ଣନା କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ଉପସଭାପତି ତଥା ଆଇନଜୀବୀ ବିକ୍ରମ କେଶରୀ ଦାଶ,ତିଗିରିଆ ସମ୍ବାଦ ସାହିତ୍ୟ ଘର ସଭାପତି ଜଗବନ୍ଧୁ ତୁଙ୍ଗ ସାମନ୍ତ, ଆକାଶବାଣୀ କଟକ କେନ୍ଦ୍ରର ଗାୟକ ତଥା ଗୀତିକାର ପୂର୍ଣ୍ଣଚନ୍ଦ୍ର ଦାସ,ଆଇନଜୀବୀ ଗିିରିଜା ପ୍ରସାଦ ପଟ୍ଟନାୟକ,ସମାଜସେବୀ ଲୁଟୁ ଗୁରୁ,ସମାଜସେବୀ ଜୟନ୍ତ ସିଂ,ଶିକ୍ଷାବିତ ସୁବାସ ଦାଶ,ଶିକ୍ଷାବିତ ରବି ନାରାୟଣ ପଣ୍ଡା, ଶିକ୍ଷାବିତ ଦିପ୍ତିରଞ୍ଜନ ଦାସ,ଶିକ୍ଷାବିତ ବ୍ରଜ ସୁନ୍ଦର ଦାସ ପ୍ରମୁଖ ଯୋଗଦେଇ ଗଣପର୍ବ ରଜ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପାଳନ ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା କୁନିକୁନୀ ପ୍ରତିଯୋଗୀମାନଙ୍କ ମଧ୍ୟରେ ନାଚଗୀତର ପ୍ରତିଯୋଗୀତା ଆୟୋଜନ କରାଯାଇ ଶେଷରେ କୃତି ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।