ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତ ସ୍ଥିତ ଗୋପୀନାଥପୁର ଶାସନ ଗ୍ରାମର ଯୁବଗୋଷ୍ଠୀ ଙ୍କୁ ନେଇ ଗଠିତ ଇଶାନେଶ୍ବର ୟୁଥ କ୍ଳବ ପକ୍ଷରୁ ତୃତୀୟ ରଜ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କ୍ଳବ ର ସଭାପତି ସତ୍ୟସୁନ୍ଦର ମିଶ୍ର ଙ୍କ ସଭାପତିତ୍ୱ ଓ କୋଷାଧ୍ୟକ୍ଷ ଗିରିଶ ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଠଗଡ-ତିଗିରିଆ ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ଅଭୟ କୁମାର ବାରିକ ଯୋଗଦେଇଥିଲେ।ବିଶିଷ୍ଟ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ସୂର୍ଯ୍ୟକାନ୍ତ ଧଳ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସମାଜସେବୀ ପ୍ରଦ୍ୟୁମ୍ନ ଦାଶ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ କ୍ଳବ ର ସମ୍ପାଦକ ନାରାୟଣ ପ୍ରସାଦ ଦାଶ, ଗ୍ରାମର ବରିଷ୍ଠ ବ୍ୟକ୍ତି ଶ୍ୟାମସୁନ୍ଦର ମିଶ୍ର, ସାମ୍ବାଦିକ ଚନ୍ଦ୍ରଶେଖର ମିଶ୍ର, ସ୍ଥାନୀୟ ବ୍ଲକ କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବରିଷ୍ଠ କିରାଣୀ ରଘୁନାଥ ରାଉତ ପ୍ରମୁଖ ଯୋଗଦେଇଥିଲେ।ଏଥିସହିତ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଥିବା ନୃତ୍ୟ ,ଗୀତ ପ୍ରତିଯୋଗିତାର ବିଚାରକ ଭାବେ ଆଠଗଡ ଉପଖଣ୍ଡ ର ପ୍ରତିଷ୍ଠିତ ନୃତ୍ୟ ଶିକ୍ଷାନୁଷ୍ଠାନ ନୃତ୍ୟାଞ୍ଜଳି ଡ୍ୟାନ୍ସ ଏକାଡେମୀ ର ଶିକ୍ଷକ ସୁବ୍ରତ ମହାନ୍ତି ଓ ଶିକ୍ଷୟିତ୍ରୀ ଅନାମିକା ଦାସ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପରେ ସମ୍ପାଦକ ଶ୍ରୀ ଦାଶ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ବାରିକ ଙ୍କ ସମେତ ଅନ୍ୟ ଅତିଥି ମାନେ ନିଜ ଅଭିଭାଷଣ ରେ ଆଗାମୀ ଯୁବପିଢ଼ି ଙ୍କୁ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅବଗତ କରାଇବା ପାଇଁ ଏଭଳି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ।
ପରେ ବ୍ଲକ ତଥା ବ୍ଲକ ବାହାରୁ ଆସିଥିବା କଳାକାର ଙ୍କୁ ନେଇ ଅନୁଷ୍ଠିତ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ର ଏକକ ନୃତ୍ୟ ରେ ଜୁଲି ବେହେରା ପ୍ରଥମ, ଅନାମିକା ପ୍ରିୟଦର୍ଶିନୀ ଦ୍ୱିତୀୟ,ସୋନି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ଗ୍ରୁପ ଡ୍ୟାନ୍ସ ରେ ଏମକେ ଡ୍ୟାନ୍ସ ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସଙ୍ଗୀତ ରେ କଣ୍ଠଶିଳ୍ପୀ ପିୟାଲି ପ୍ରଥମ ସ୍ଥାନ ଅଧିକାର କରିଥିଲେ।କାର୍ଯ୍ୟକ୍ରମ ଶେଷରେ ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ଶ୍ରୀ ବାରିକ ଙ୍କ ସମେତ ଅନ୍ୟାନ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ସୁନାମଧନ୍ୟ ମଞ୍ଚ ପରିଚାଳକ ଆଲୋକ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ସ୍ଥାନୀୟ ଜଗନ୍ନାଥ ଜୁନିୟର କ୍ରିକେଟ କ୍ଳବ ର ସମସ୍ତ ସଦସ୍ୟ, ଇଶାନେଶ୍ୱର ୟୁଥ କ୍ଳବ ର ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Discover more from odia.bnslive.in
Subscribe to get the latest posts sent to your email.