ଶୁଭାଂଶୁଙ୍କ ସମ୍ପର୍କରେ ସାତ କଥା: ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ସାଜିବେ ଭାରତର ୨ୟ ମହାକାଶଚାରୀ..

Creat A Revolution
           

୧-ଏହି ମିଶନ ସହ ଶୁଭାଂଶୁ ହେବ ଭାରତର ୨ୟ ମହାକାଶଚାରୀ ଯିଏ ମହାକାଶକୁ ଯାତ୍ରା କରିବେ । ଏହା ପୂର୍ବରୁ ୧୯୮୪ ରାକେଶ ଶର୍ମା ସୋବିୟନ ୟୁନିୟନର ମିଶନରେ ଭାଗ ନେଇ ମହାକାଶ ଯାଇଥିଲେ । 

୨-ଶୁଭାଂଶୁ ଆକ୍ସିଅମ-୪ର ପାଇଲଟ୍ ସାଜିବେ । ଏଏକ୍ସ-୪ ଏକ ଘରୋଇ ମହାକାଶ ମିଶନ ଯାହା ନାସା, ଇସ୍ରୋ ଏବଂ ସ୍ପେସ୍ ଏକ୍ସ ସହଯୋଗରେ ଆଜି ଉତକ୍ଷେପଣ ହେବ ।

୩-ଶୁଭାଂଶୁ ହେବେ ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ ଯିଏ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଯାଉଛନ୍ତି । ସେଠାରେ ଶୁଭାଂଶୁ ୧୪ ଦିନ ରହି ବିଭିନ୍ନ ପରୀକ୍ଷଣ କରିବେ ।

୪- ଶୁଭାଂଶୁ ଭାରତୀୟ ବାୟୁସେନାର ଜଣେ ଦକ୍ଷ ପାଇଲଟ । ଯିଏ ସୁଖୋଇ-୩୦, ମିଗ୍-୨୧, ମିଗ୍-୨୯, ଜାଗୁଆର ଭଳି ବଡ ବଡ ବିମାନର ଉଡାଇଛନ୍ତି । ତାଙ୍କ ପାଖରେ ୩୦୦୦ ଘଣ୍ଟାରୁ ଅଧିକ ବିମାନ ଉଡାଣର ଅଭିଜ୍ଞତା ରହିଛି ।

୫- ଶୁଭାଂଶୁ ମହାକାଶରେ ଯୋଗ ପ୍ରଦର୍ଶନ କରିବେ । ତାସହ ଭାରତୀୟ ମିଠା, ହଂସ ପରି ଏକ ଖେଳଣା ସହ ଅନ୍ୟାନ୍ୟା ଭାରତର ସାଂସ୍କୃତିକକୁ ବହନ କରୁଥିବା ଜିନିଷ ନେଇ ଯିବେ । ଯାହା ଶୂନ୍ୟରେ ଭାସିବ ଏବଂ ମିଶନର ପ୍ରତୀକ ସାଜିବ ।

୬-ଏହି ଯାତ୍ରାରେ ଶୁଭାଂଶୁଙ୍କ ସହ ପୋଲାଣ୍ଡ, ହଙ୍ଗେରୀ ଓ ଆମେରିକାର ମହାକାଶଚାରୀମାନେ ସାମିଲ ହେବେ

୭-ଶୁଭାଂଶୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଲାଇଭରେ ଯୋଡି ହେବେ ଏବଂ ସେମାନଙ୍କୁ ସେଠାକାର କଥା କହିବେ । ତାସହ ଫଟୋ ଭିଡିଓ ମଧ୍ୟ ପଠାଇବେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading