କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)୫ଜିଲା ସମବାୟ ବିଭାଗ ପକ୍ଷରୁ ଜିଲା ପଞ୍ଚାୟତ ଭବନଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ।ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୨୫ ମସିହା ଶେଷ ପର୍ଯ୍ୟନ୍ତ ଚଳିତ ବର୍ଷ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ହେଉଅଛି। ଏହି ଅବସରରେ ବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଜିଲାସାରା ଅନୁଷ୍ଠିତ ହେଉଛି। ଲ୍ୟାମ୍ପସ ଜରିଆରେ ଗ୍ରାମାଞ୍ଚଳରେ କୃଷକ ମାନଙ୍କୁ ସମବାୟର ସଫଳତା ସମ୍ପର୍କରେ ବାର୍ତ୍ତା ଦିଆଯାଉଛି।ସମାନ ଗୋଷ୍ଠୀ/ଶ୍ରେଣୀର ଲୋକଙ୍କୁ ନେଇ ଏକାଠି ଲକ୍ଷ୍ୟ ହାସଲ କରିବା ପାଇଁ ସମ୍ମିଳୀତ ଉଦ୍ୟମ ହିଁ ସମବାୟର ଲକ୍ଷ୍ୟ। ସମବାୟ ଆନ୍ଦୋଳନ ଦେଶରେ ଆରମ୍ଭ ପୂର୍ବରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡିଶା ରେ ସମବାୟ ସଶକ୍ତିକରଣ ପାଇଁ କଟକରେ ଖାଉଟି ସମବାୟ ସମିତି ପ୍ରତିଷ୍ଠା କରିଥିଲେ।ଉତ୍କଳ ଟ୍ୟାନେରୀ ଜୋତା କାରଖାନା ମାଧ୍ୟମରେ ସମବାୟ ଆନ୍ଦୋଳନ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ।କନ୍ଧମାଳ ଏକ ପାହାଡିଆ ଜିଲା ହୋଇଥିବାରୁ ଉଦ୍ୟାନକୃଷି, ମତ୍ସ୍ୟ, ପ୍ରାଣିପାଳନ, ମାଣ୍ଡିଆ ଜାତୀୟ ଫସଲ, ଗୋପାଳନ,ଛତୁଚାଷ, ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ସମବାୟ ରୂଣ ପ୍ରଦାନ ସୁଧ ଛାଡ ଉପରେ ବୌଦ୍ଧ ସମବାୟ ବ୍ୟାଙ୍କ ପରିଚାଳକ ସୂଚନା ଦେଇଥିଲେ। ନୂଆ ରୋଜଗାର ସୃଷ୍ଟି କ୍ଷେତ୍ରରେ ସମବାୟକୁ ସାମିଲ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ପୂର୍ବତନ ସମବାୟବିତଙ୍କ ପରାମର୍ଶରେ ମହିଳା ଓ ଯୁବ ସମାଜକୁ ଅଧିକ ଆର୍ଥିକ ସ୍ୱାବଲମ୍ବି କରିବାକୁ ଅଗ୍ରାଧିକାର ଦେବାକୁ ବକ୍ତାମାନେ କହିଥିଲେ।କିନ୍ତୁ ଦେଖାଯାଏ ଓଡିଶାରେ ସମବାୟ ସମ୍ପର୍କରେ ଇଛାଶକ୍ତି ଅଭାବ ସାଙ୍ଗକୁ ପ୍ରଚାର ପ୍ରସାର ନାହିଁ ଓ ଆର୍ଥିକ ପ୍ରୋତ୍ସାହନ ଅଭାବ ରହୁଛି।ସମାଜର ତୃଣମୂଳ ସ୍ତରର ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ସମବାୟ ମାଧ୍ୟମରେ କାର୍ଯ୍ୟ କଲେ ସମବାୟ ଆନ୍ଦୋଳନ ସଫଳ ହେବ।ଏହି ଅବସରରେ ସମବାୟ ସମିତି ସମୂହର ଉପନିବନ୍ଧକ ଶ୍ରୀ ସନ୍ତୋଷ କୁମାର ଦାସ ପୌରୋହିତ୍ୟରେ ସମବାୟ ମାଧ୍ୟମରେ କୃଷି କୃଷକ, ଜୈବ ଚାଷ,ବୀମା, ରାସାୟନିକ ସାର ଔଷଧର କୁପରିଣାମ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲା ସମବାୟ ସଂଘର ସଭାନେତ୍ରୀ ସୁପ୍ରଭା ନାୟକ ଜିଲାରେ ବିଭିନ୍ନ ସମବାୟ ସମିତିର ଆର୍ଥିକ ବିକାଶ ପାଇଁ ପଦକ୍ଷେପ ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଜିଲା ଜିଲା କୃଷି ଉପନିର୍ଦେଶକ, ଉଦ୍ୟାନ ଉପନିର୍ଦେଶିକା, ସହକାରୀ ଉପନିବନ୍ଧକ, ଲଳିତ ମାଝି, ଜିତେନ୍ଦ୍ର ମିଶ୍ର, ପ୍ରମୁଖ ଏହି ଦିବସ ସମ୍ପର୍କରେ ଓ ବିଭାଗୀୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ସହକାରୀ ପ୍ରବନ୍ଧକ ସୁକାନ୍ତ କୁମାର ପାଢୀ ସଂଯୋଜନା କରିଥିବା ବେଳେ ସମବାୟ ସମିତି ସମୂହର ଏସ ଆରସି ଗଙ୍ଗାଧର କହଁର , ସତ୍ୟଜିତ ବେହେରା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Discover more from odia.bnslive.in
Subscribe to get the latest posts sent to your email.