କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଆଜିର ସମୟରେ ମହିଳା ମାନଙ୍କ ପ୍ରତି ଘଟିଥିବା ବିଭିନ୍ନ ଅତ୍ୟାଚାର କୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପଦକ୍ଷେପ ମାନ ନିଆଯାଉଥିବା ବେଳେ ବିଭିନ୍ନ କମିଟି ମଧ୍ୟ ଗଠନ କରାଯାଉଛି । ଯେମିତି କି କର୍ମ କ୍ଷେତ୍ରରେ ଓ ଆନୁଷ୍ଠାନିକ ସ୍ତରରେ ଆଭ୍ୟନ୍ତରୀଣ କମିଟି ଗଠନ କରି ମହିଳା ମାନଙ୍କୁ ସୁରକ୍ଷା ଦିଆଯାଇ ପାରୁଛି । ଏହି ପରିପ୍ରେକ୍ଷି ରେ ସାରଙ୍ଗଗଡ ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାବିଦ୍ୟାଳୟର ଅଧକ୍ଷ କମିଟିର ସମସ୍ତ ସଭ୍ୟ ସଭ୍ୟା ଙ୍କୁ ସ୍ୱାଗତ କରିବା ସହିତ ଏହି କମିଟିର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିଲେ । ଏହି କମିଟିରେ ଥିବା ସମସ୍ତ ସଦସ୍ୟ ଙ୍କ ର ଭୂମିକା ହେଉଛି କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ବା ବିଦ୍ୟାଳୟ ସ୍ତରରେ ହେଉ ଯଦି କୈାଣସି ମହିଳା ମାନଙ୍କ ପ୍ରତି ଅସଦାଚରଣ ହୁଏ ତେବେ ତୁରନ୍ତ ଏହି କମିଟି ହସ୍ତକ୍ଷେପ କରି ତାର ସମାଧାନ କରିବ ଏବଂ ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁପାରିଶ କରିବେ । ସ୍ୱାତୀ ଅନୁଷ୍ଠାନ ଙ୍କ ତରଫରୁ ସଂଯୋଜିକା ସୁସ୍ମିତା ଜେନା ଜଣେ ସଭ୍ୟା ହିସାବରେ ଉପସ୍ଥିତ ରହି କମିଟିର ଭ୍ୟମିକା କୁ କିପରି ଉପଯୋଗୀ କରିହେବ ସେ ବିଷୟରେ ବୁଝାଇଥିଲେ । ଆଗାମି ଦିନରେ ଏହି କମିଟି କୁ ସୁଦୃଢ କରିବାକୁ ଅଧକ୍ଷ ସମସ୍ତ ବିଭାଗର ଅଧିକାରି ମାନଙ୍କୁ ଅନୁରୋଧ କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.