ସ୍ୱାତୀ ଅନୁଷ୍ଠାନ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଫଳ ଚାରା ରୋପଣ

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଜଳବାୟୁ ପରିବର୍ତନ ପ୍ରଭାବରେ ଦୁନିଆରେ ସବୁ କିଛି ଅନିୟମିତତା ଭିତରେ ଗତିକରୁଥିବା ବେଳେ ବର୍ତମାନ ଅଧିକରୁ ଅଧିକ ଗଛ ଳଗାଇବା ଆବଶ୍ୟକତା ଅଛି । ଏଣୁ ଜଙ୍ଗଲ ବିଭାଗ ତରଫରୁ ଜୁଲାଇ ମାସରେ ବନ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହାକୁ ଆଖିଆଗରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଟିକାବାଲି ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି । ଗୁଞ୍ ଅନୁଷ୍ଠାନ ଙ୍କ ଅନୁରୋଧ ଓ ଜିଲ୍ଲା ଜଙ୍ଗଲ ବିଭାଗ ଙ୍କ ଜରିଆରେ ବିଭିନ୍ନ ଯଥା- ପିଜୁଳି, ପଣସ, ଅଁଳା, ଅମୃତଭଣ୍ଡା ଓ ଜାମୁ ଇତ୍ୟାଦି ଚାରା ବିଦ୍ୟାଳୟ ରେ ଲଗାଇବା ପାଇଁ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ୟେଶ୍ୟ ବିଦ୍ୟାଳୟରେ ଚାରା ରୋପଣ କରି ବିଦ୍ୟାଳୟ ପରିବେଶ କୁ ଶୌନ୍ଦର୍ଯ୍ୟ କରିବା ସହିତ ଜୈବ ବିଭିଦତା ର ସନ୍ତୁଳନ ରକ୍ଷା କରିବା ଏବଂ ଜଳବାୟୁ ପରିବର୍ତନ ଦ୍ୱାରା ସମାଜ ରେ ପଡୁଥିବା କୁ ପ୍ରଭାବ କୁ ରୋକିବା । ସୂଚନା ଅନୁସାରେ ଆଜି ବଡିମୁଣ୍ଡା, ପିକରଡି ଓ କଟିମାହା ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨୦୦ ରୁ ଅଧିକ ଚାରା ଗଛ ରିପଣ କରିବା ସହିତ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନଙ୍କୁ ଅର୍ପଣ କରିବା ଉଦ୍ୟେଶ୍ୟରେ ଗୁଞ୍ ଅନୁଷ୍ଠାନ ତରଫରୁ କିଛି ବିଦ୍ୟାଳୟ କିଟ୍ ପିଲାମାନଙ୍କୁ ବଂଟା ଯାଇଥିଲା । ପରିଚାଳନା ରେ ଅନୁଷ୍ଠାନ ତରଫରୁ ଗିରିଶଚନ୍ଦ୍ର ସାମଲ, ସ୍ୱଧର୍ମ ରାଉତ, କୁସ ସାନସେଠ୍, ଅନନ୍ତ ଚରଣ ମଲ୍ଲିକ, ଦିପେସ ମହାକୁଡ ଓ ସହ ଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ ନନ୍ଦକିଶୋର ବେହେରା, ସୁନିଲ କୁମାର ମହୁନି ଓ ମଧୁସୁଦନ ବେହେରା ଏବଂ ବିଦ୍ୟାଳୟର ଈକୋ କ୍ଲବ୍ ଶିକ୍ଷକ ଶ୍ରାବଣୀ ପଟ୍ଟନାୟକ, ଜିତେନ୍ଦ୍ର କୁମାର ମଲ୍ଲିକ ଓ ସହାକାରି ଶିକ୍ଷକ ଶିକ୍ଷୟତ୍ରୀ ପ୍ରଣତୀ ସାହୁ, ରଞିତ୍ କହଁର, ମାନଭଞନ ଦିଗାଲ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ । ଆଗାମି ଅଗଷ୍ଟ ମାସ ମଧ୍ୟରେ ଟିକାବାଲୀ ବ୍ଲକ୍ ର ଅନ୍ୟ ଅଂଚଳରେ ମଧ୍ୟ ଏହିପରି ଚାରା ରୋପଣ କାର୍ଯ୍ୟକ୍ରମ ହେବ ବୋଲି ସଂପାଦକ ହରି ଶଙ୍କର ରାଉତ ସୁଚନା ଦେଇଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading