ସର୍ଗିଗୁଡ଼ା ଠାରୁ ଶ୍ରୀ ରାମନଗର ପଡ଼ା କୁ ରାସ୍ତା ହେବ କେବେ?

Creat A Revolution
           

କଳାହାଣ୍ଡି -: (କ୍ଷେତ୍ର ମୋହନ ନାଗ) ଦେଶ ସ୍ଵାଧୀନ ହୋଇ ଆଜିକୁ ୭୮ବର୍ଷ ହେବ ଶାସକ ଦଲ ବଦଳି ଚାଲିଛି କିନ୍ତୁ ଆଜିବି ବିକାଶ ର ମାନଚିତ୍ର ବଦଳି ନାହିଁ l ଦେଖନ୍ତୁ ଏଠି ଗୋଟିଏ ସରକାର ୨୪ ବର୍ଷ ଶାସନ କାଳରେ ଆମ ଗାଁ ଆମ ଓଡ଼ିଶା ଗାଁ କୁ ପକ୍କା ରାସ୍ତା ଓ ବର୍ତ୍ତମାନ ର ସରକାର ବିକାଶ ପଥେ ଓଡ଼ିଶା, ବିକାଶ ପଥେ ଭାରତ l ଲୋକଙ୍କ ସରକାର ଆଦିବାସୀଙ୍କ ସରକାର କହୁଥିବାବେଳେ ଆଜିବି ଆଦିବାସୀଙ୍କ ସମସ୍ୟା ଉପରେ ସମସ୍ୟା l ନା ରହିବା ପାଇଁ ଭଲଘର ନା ଯିବା ଆସିବା ପାଇଁ ଟିକେ ଭଲ ରାସ୍ତା l ଏହିଭଳି ଦୃଶ୍ୟ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବଡପୋଡ଼ାଗୁଡା ପଞ୍ଚାୟତ ସର୍ଗୀଗୁଡ଼ା ଶ୍ରୀ ରାମନଗର ପଡ଼ା ରାସ୍ତା ର ମାନଚିତ୍ର l ଏହି ଗାଁ ଏହିପଡ଼ା ଗୋଟିଏ ଆଦିବାସୀ ଗାଁ l ଏହି ଭଳି ଗାଁ ପଡ଼ାକୁ ଯାଇ ଅନେକ ଖବର ପ୍ରସାରଣ କରିଛୁ l ଜନପ୍ରତିନିଧି ନେତା ମନ୍ତ୍ରୀ କାହିଁକି ଅଣ ଦେଖା କରୁଛନ୍ତି ଆମେ ସତ୍ କୁ ସତ୍ ମିଛ କୁମିଛ ଖବର କଲେ ଏମାନଙ୍କୁ ବାଧୁଛି କାହିଁକି? ଦୀର୍ଘ ୨୪,୨୫, ବର୍ଷ ହେବ ବସବାସ କରି ଆସୁଛନ୍ତି l କାହାର ନଜର ନାହିଁ l କିନ୍ତୁ ଯିବା ଆସିବା ପାଇଁ ମାଟି କାଦୁଅ ରାସ୍ତା l ଜାତଆତ କରିବେ କେମିତି l ନା ଯାଇପାରୁଛି ଗାଡ଼ି ମୋଟର ଆମ୍ବୁଲାନ୍ସ l ଜ୍ଵର ହେଉ କିମ୍ବା ଗର୍ଭବତୀ ପ୍ରସବବେଦନା ରେ ଖଟିଆରେ ବୁହାହେଇ ରାସ୍ତା କୁ ନେଇ ଆମ୍ବୁଲାନ୍ସ ରେ ପହଞ୍ଚାଇ ଥାନ୍ତି ଏବଂ ପିଲା ପାଠ ପଢା ରେ ଅସୁବିଧା ହେଉଛି l ଆମେ କହୁନାହୁଁ ଦର୍ଶକ ବନ୍ଧୁ, ଲୋକେ କହୁଛନ୍ତି l ଅନେକ ଥର ସ୍ଥାନୀୟ ନେତା ମାନଙ୍କୁ ଜଣାଇଥିବାରୁ ବର୍ତ୍ତମାନ ୧୦ ଲକ୍ଷ୍ ଟଙ୍କା ର ମାଟି କାମ କରି ନା ମୁରୁମ୍ ନା ମେଟାଲ ନା ପୋଲ ତିଆରି କରିଛନ୍ତି l ସରକାର କା ମାଲ୍ ଦରିଆ ମେ ଡାଲ l ଚାରିଆଡ଼େ କାଦୁଅ ପଚ୍ ପଚ୍ ରାସ୍ତା ତିଆରି ହେବ କେବେ ବୋଲି ପ୍ରଶ୍ନବାଚି ସୃଷ୍ଟି କରିବା ସହିତ ସରକାରଙ୍କୁ ଅନୁରୋଧ କରିଛନ୍ତି ଏହା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଙ୍କୁ ପ୍ରତିକ୍ରିୟା ଚେଷ୍ଟାକରିଥିଲୁ କିନ୍ତୁ ଯୋଗାଯୋଗ ହେଇ ପାରିଲା ନାହିଁ l କଳାହାଣ୍ଡି କୋକସରା ରୁ କ୍ଷେତ୍ର ମୋହନ ନାଗ ଙ୍କ ରିପୋର୍ଟ BNS


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading