ଧର୍ମଗଡ ବ୍ଲକ ବେହେରା ଗ୍ରାମ ଠାରେ ଦଣ୍ଟେଶ୍ୱରୀ ଯୁବ ସଙ୍ଘ ତରଫରୁ 79 ସ୍ୱାଧୀନତା ଦିବସ ପାଳନ ହୋଇ ଥିଲା

Creat A Revolution
           

କଳାହାଣ୍ଡି -: (କ୍ଷେତ୍ର ମୋହନ ନାଗ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଠାରେ ଦନ୍ତ୍ତେସ୍ୱରି ଯୁବ ସଂଘ୍ ବେହେରା ତରଫ ରୁ ୭୯ ସ୍ଵାଧୀନତା ଦିବସ ପାଳନ ହେଉଥିଲା l ଏହି ଅବସରରେ ସଭାପତି କିରଣ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ସମାଜ ସେବୀ ସୁନିଲ ଅଗ୍ରୱାଲ ମୂଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିଥିଲେ l ଏବଂ ସମ୍ମାନିତ ଅତିଥି ଭାବେ ଡାକ୍ତର ମଳୟ ତାଣ୍ଡି, ପୂର୍ବତନ ଚେୟାର ମେନ୍ ବଳରାମ ପୁଝାରୀ, ଘନଶ୍ୟାମ ପଟେଲ, ଈଶ୍ୱର ଲାଲ ଅଗ୍ରୱାଲ, ପ୍ରଶାନ୍ତ ତିୱାରୀ, ହେମନ୍ତ ନାଏକ ଯୋଗଦେଇଥିଲେ l ଏହି ଅବସରରେ ମାରାଥନ ପ୍ରତିଯୋଗିତା ହେଇଥିଲା ଉକ୍ତ ମାରାଥନ ରେ ପ୍ରଥମ୍ ପୁରସ୍କାର – ପଙ୍କଜ ରଣା, ବ୍ଲକ କର୍ଲାମୁଣ୍ଡା, ଦ୍ଵିତୀୟ – ଲାଲୁ ବନ୍ଦିଛୋଡ, ତୃତୀୟ ଚୁଡ଼ାମଣି ଛତ୍ରିଆ Jp ଏକାଡେମୀ ଭବାନୀ ପାଟଣା, ଚତୁର୍ଥ – ନେତ୍ରମଣି ଶବର କେସିଙ୍ଗା, ଚାରିଜଣ ଉତ୍ତୀର୍ଣ୍ଣ ହୋଇଥିଲେ l ଆମପାଣି ଥାନା ଓ କୋକସରା ଥାନା ରୁ ମୂତୟନ ଥିଲେ ଏବଂ ଦଣ୍ଡପାଟ ର ରକ୍ତବୀର ମାନଙ୍କୁ ସମ୍ମାନିତ କରାଗଲା ଏଥିରେ ପର୍ଲା C H C ର ଷ୍ଟାଫ ସହଯୋଗ କରିଥିଲେ l ବେହେରା ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଙ୍ଗୀତ ଗାନ କରିଥିଲେ l ପ୍ରତି ବର୍ଷ ପରି ଏ ବର୍ଷ ବିଶେଷ ଆଡମ୍ୱର୍ ରେ ପାଳିତ ହେଇଥିଲା l ଦନ୍ତ୍ତେସ୍ୱରି ଯୁବସଂଘ ର ସଭାପତି କିରଣ ପାଣିଗ୍ରାହୀ, ସମ୍ପାଦକ ଗଗନ ନାଏକ, ସହ ସମ୍ପାଦକ ଜିତ୍ ନାଏକ, ଭାଗରଥି ପଟେଲ, ସାହିଲ ନାଏକ, ଟୁନା ପଟେଲ, କ୍ଷୀରୋଦ ନାଏକ, ବିରନ୍ ନାଏକ, ଟଙ୍କ ପଟେଲ, କ୍ରିଷ୍ଣା ଲହଜଲ୍ ସୁରେଶ ପଟେଲ, ବିରଞ୍ଚି ଗୋପାଳ, ଟଙ୍କ ରଣା ସମସ୍ତେ ଉପସ୍ଥିତ ରହି ସହଯୋଗ କରି ଥିଲେ l ଧର୍ମଗଡ ରୁ କ୍ଷେତ୍ର ମୋହନ ନାଗ ଙ୍କ ରିପୋର୍ଟ BNS


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading