ଖୋର୍ଦ୍ଧା -:
ସେଠାରେ ନିଶା ମହାରଣାଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଷ୍ଟେଜ୍ର ଉଭୟ ପାର୍ଶ୍ଵରୁ ଦର୍ଶକ ନିଶା ମହାରଣାଙ୍କ ଉପରକୁ ଚେୟାର ଫିଙ୍ଗି ପ୍ରତିବାଦ କରିଛନ୍ତି । ସେଠାରେ ଉପସ୍ଥିତି ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ସବ୍ୟ ନିଶାଙ୍କୁ ବିରୋଧ କରିଥିବା ବେଳେ ଯାତ୍ରା କମିଟି ସଦସ୍ୟ ତାଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ନିଶାଙ୍କ ନୃତ୍ୟ ଓ ଚେୟାର ଫିଙ୍ଗିବାକୁ ନେଇ ସେଠାରେ କିଛି ସମୟ ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଦର୍ଶକ ଓ ଯାତ୍ରା କମିଟି ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ତେବେ ଏହା ଗୋଟିଏ ଘଟଣା ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ବେଳେ ନିଶା ମହାରଣାଙ୍କୁ ଲୋକେ ବିରୋଧ କରୁଛନ୍ତି ।
Discover more from odia.bnslive.in
Subscribe to get the latest posts sent to your email.
