ବିଜେପି ଫୋକସ୍‌ରେ ଗଞ୍ଜାମ ଜିଲ୍ଲା, ୭ରୁ ୫ ନୂଆ ମ୍ୟୁନିସିପାଲିଟି ଭେଟି

Creat A Revolution
           

ଗଞ୍ଜାମ -: ବିଜେଡିର ଗଡ଼ କବ୍‌ଜା କରିବା ପରେ ଏବେ ଗଡ ବଜାୟ ରଖିବାକୁ ବିଜେପିର ବଡ ଯୋଜନା। ଆମେ କହୁଛୁ ଗଞ୍ଜାମ ଜିଲ୍ଲା କଥା। ଏବେ ଗଞ୍ଜାମକୁ ୫ ମ୍ୟୁନିସିପାଲିଟି ଭେଟି ଦେଇ ବଡ଼ ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୦୨୪ ନିର୍ବାଚନରେ ସେଠାରୁ ୧୧ଟି MLA ସିଟ୍ ଜିତିବା, ବିଜେପି ସରକାରଙ୍କ ପାଇଁ ବୁଷ୍ଟର ହୋଇଛି। ଆଗକୁ ବି ପଞ୍ଚାୟତ ନିର୍ବାଚନ। ତେଣୁ ଗଞ୍ଜାମବାସୀଙ୍କ ଭରସା ବଜାୟ ରଖିବାକୁ ମ୍ୟୁନିସିପାଲିଟି ଏବଂ NAC ଘୋଷଣା କରିବା ବିଜେପିର ପ୍ରଥମ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।

ଗଞ୍ଜାମ ପାଇଁ ଆଗକୁ ଲଢେଇ ଜୋରଦାର ହେବ। ବିଜେଡି ଗଡରେ ସ୍ଥିତି ବଜାୟ ରଖିବାକୁ ବିଜେପି ଆଗକୁ ଅଧିକ ଆଗ୍ରେସିଭ ହେବ ବୋଲି ସିଗନାଲ ଦେଇଛି। ନୂଆକରି ଘୋଷଣା ହୋଇଥିବା ୭ଟି ନୂଆ ମ୍ୟୁନିସିପାଲିଟି ମଧ୍ୟରୁ ୫ଟି ଗଞ୍ଜାମ ପାଇଁ ଘୋଷଣା ହୋଇଛି। ୨୦୦୦ ମସିହାରୁ ବିଜେଡିର ଗଡ ଥିଲା ଗଞ୍ଜାମ। ତେବେ ୨୦୨୪ ନିର୍ବାଚନରେ ସବୁ ବଦଳିଗଲା। ଗତ ସାଧାରଣ ନିର୍ବାଚନରେ ଗଞ୍ଜାମର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରେ ବାଜିମାରିଥିଲା ବିଜେପି। ସେହିପରି ଦୁଇଟି ଲୋକସଭାରୁ ଦୁଇଟି ଯାକ ଯାଇଛି ବିଜେପି ହାତକୁ। ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିତିଥିବା ବେଳେ ସାନଖେମୁଣ୍ଡିରୁ ଜିତିଛନ୍ତି କଂଗ୍ରେସର ରମେଶ ଜେନା। ତେଣୁ ବିଜେଡିକୁ ଯେଉଁ ଜିଲ୍ଲାବାସୀ ହରାଇଛନ୍ତି ସେମାନଙ୍କ ପାଇଁ ସରକାର ସହର ଭେଟି ଦେଇଥିବା କୁହାଯାଉଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading