ବିଜେଡିରେ ଧୃତରାଷ୍ଟ୍ରକିଏ?
କିଏ କଲା ଶ୍ରୀମୟୀଙ୍କୁ ଅପମାନ?
କାହାକୁ ଇଙ୍ଗିତ କରିଛନ୍ତି ଶ୍ରୀମୟୀ ?
ଟିକେ ଭଲ କରି ଦେଖନ୍ତୁ ଫେସବୁକରେ ଶ୍ରୀମୟୀ ମିଶ୍ର ଲେଖିଥିବା ଏ ଲେଖାକୁ । ମହାଭାରତର କରୁସଭା କଥା ଲେଖି ବିଜେଡିକୁ ସିଧାସିଧା ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ । ଚର୍ଚ୍ଚା ହେଉଛି ଶ୍ରୀମୟୀ ନବୀନଙ୍କୁ ନେତ୍ରହୀନ ଓ ପୁତ୍ର ପ୍ରେମୀ ଧୃତରାଷ୍ଟ୍ର କହିବା ସହ ପାଣ୍ଡିଆନଙ୍କୁ ଦୁର୍ଯ୍ୟେଧନ ବୋଲି ଦର୍ଶାଇଛନ୍ତି । ତେବେ ୨୦୨୪ ସାଧାରଣ ନିର୍ବାଚନ ବେଳେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବରେ ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କରିଥିଲା ବିଜେଡ଼ି । କିନ୍ତୁ ଶେଷ ମୁହୁର୍ତ୍ତରେ ଘୋଷଣା ହୋଇଥିଲା ମନ୍ମଥ ରାଉତରାୟଙ୍କ ନାଁ ।

ଆଉ ଏହା ପରଠୁ ଦଳରୁ ନିଜକୁ ଦୂରେଇ ରଖିଥିଲେ ଶ୍ରୀମୟୀ ମିଶ୍ର । ସକ୍ରିୟ ରାଜନୀତିରୁ ଦୂରେଇ ଥିବା ଶ୍ରୀମୟୀ ଏବେ ହଠାତ ଫେସବୁକରେ ଏହି ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା । କୁହାଯାଉଛି ବିଜେଡି ତାଙ୍କ ସହ କିଛି ବିଚାରବିମର୍ଶ ନକରି ଶେଷ ମୁହୁର୍ତ୍ତରେ ତାଙ୍କ ନାଁ କାଟିଥିଲା । ଯାହାକୁ ନେଇ ଏବେ ଅନେକ ଦିନ ପରେ ପରୋକ୍ଷ ଭାବରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ । ଆଉ ଟାର୍ଗେଟ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ।

ଶ୍ରୀମୟୀ ଲେଖିଛନ୍ତି ପୁତ୍ର ପ୍ରେମରେ ଅନ୍ଧ ହୋଇ ଦିନେ ଦ୍ରୌପଦୀଙ୍କ ସହ ହୋଇଥିବା ଅନ୍ୟାୟ ଓ ଅପମାନକୁ ରୋକିବାକୁ ଚେଷ୍ଟା କରିନଥିଲେ ଧୃତରାଷ୍ଟ୍ର । ବିଶେଷ କରି ଦୁର୍ଯ୍ୟେଧନ ପ୍ରୀତି ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା । ବୁଝିବା ଲୋକ ଏହାର ଅର୍ଥ ବାହାର କରି କହୁଛନ୍ତି କୁଆଡ଼େ ସାଂସଦ ପ୍ରାର୍ଥୀ ତାଲିକାରୁ ଶ୍ରୀମୟୀଙ୍କ ନାଁ କାଟି ତାଙ୍କୁ ଅପମାନ ଦେଇଥିଲା ବିଜେଡି । ଆଉ ଦଳର ଅଧ୍ୟକ୍ଷ ନବୀନଙ୍କ ପାଣ୍ଡିଆନ ପ୍ରେମ ହିଁ ତାଙ୍କୁ ଚୁପ ରହିବାକୁ ବାଧ୍ୟ କରିଥିଲା ବୋଲି କହିଛନ୍ତି ଶ୍ରୀମୟୀ । ଗତ କିଛିଦିନ ହେବ ବିଜେଡିରେ ବଢ଼ିଛି ଦଳୀୟ କନ୍ଦଳ । ନବୀନ ଅସୁସ୍ଥ ଥିବା ବେଳେ ଦଳର ବରିଷ୍ଠ ନେତା ମାନହ୍କୁ ଧମକାଇବା ଆରମ୍ଭ କରିଦେଇଥିଲେ ପାଣ୍ଡିଆନ ଦମ୍ପତ୍ତି । ଯାହା ବିରୋଧରେ ଏବେ ଧୀରେଧୀରେ ବଡ଼ ବଡ଼ ନେତା ମାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଅଶୋକ ପଣ୍ଡା, ଦେବାଶିଷ ସାମନ୍ତରାୟ, ରାଜା ସ୍ବାଇଁ ଓ ଅରୁଣ ସାହୁ ଏବେ ସର୍ବ ସମ୍ମୁଖରେ ପାଣ୍ଡିଆନଙ୍କ ବିରୋଧରେ କହିବା ଆରମ୍ଭ କରିଛନ୍ତି । ଆଉ ଏବେ ଶ୍ରୀମୟୀ ବି ସାଧାରଣ ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ପାଇଁ ତାଙ୍କ ସହ ହୋଇଥିବା ଅନ୍ଯାୟ ବିରୋଧରେ ପରୋକ୍ଷରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଆଉ ଦଳର ସୁପ୍ରିମୋଙ୍କୁ ହିଁ ନିଜ ଲେଖା ମାଧ୍ଯରେ ପୁତ୍ର ପ୍ରେମୀ ଧୃତରାଷ୍ଟ୍ର ବୋଲି କହିଥିବା ଚର୍ଚ୍ଚା ହେଉଛି…
Discover more from odia.bnslive.in
Subscribe to get the latest posts sent to your email.
