ଦିନ ରାତି ଏକ କରିଛନ୍ତି ତିନି ଦଳର ନେତା ।
ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି ତିନି ଦଳ ।
ଭୋଟରଙ୍କୁ ମନେଇବାକୁ ଲାଗି ପଡିଛନ୍ତି ପ୍ରାର୍ଥୀ ।
ନୂଆପଡ଼ା ମଇଦାନରେ ଜମୁଛି ପ୍ରଚାର । ତ୍ରିମୁଖୀ ଲଢ଼େଇ ପାଇଁ ମଇଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି ତିନି ଦଳ । ଭୋଟରଙ୍କୁ ମନେଇବାକୁ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ଗାଁରୁ ପଞ୍ଚାୟତ, ପଞ୍ଚାୟତରୁ ବ୍ଲକ ଚାଲିଛି ଘନ ଘନ ବୈଠକ । ତିନି ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି, ନିଜ ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ କଷୁଛନ୍ତି ଅଙ୍କ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ସ୍ବର୍ଗତ ପିତା ରାଜୁ ଭାଇ ଢୋଲକିଆଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ବାକି ଅଛି କହି ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି । ଜୟଙ୍କ ପାଇଁ ବିକାଶ ହେଉଛି ପ୍ରସଙ୍ଗ । ଡବଲ ଇଂଜନିରେ ନୂଆପଡ଼ାର ବିକାଶର ଗାଡ଼ିକୁ ଡବଲ ସ୍ପିଡ୍ରେ ଦଉଡ଼ାଇବାକୁ ଚାହୁଁଛନ୍ତି ଜୟ । ସେଇଥିପାଇଁ ଭୋଟରଙ୍କୁ ବିକାଶର ଭରସା ଦେଇ ମାଗୁଛନ୍ତି ଭୋଟ । ଜୟଙ୍କ ପାଇଁ ପ୍ରଚାର କରୁଥିବା ବରିଷ୍ଠ ନେତାଙ୍କ କହିବା କଥା ବିଜେପିର ବିଜୟ ଏକପାଖିଆ ହେବ ।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଗାଁକୁ ଗାଁ ଘରକୁ ଘର ବୁଲି ମାଗୁଛନ୍ତି ଭୋଟ । ଆଦିବାସୀ ଭୋଟରଙ୍କୁ ମନାଇବା ପାଇଁ ବିଭିନ୍ନ ସ୍ଥାନରେ କରୁଛନ୍ତି ପ୍ରଥପ୍ରାନ୍ତ ସଭା ଓ ବୈଠକ । ଘାସୀରାମଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଛତିଶଗଡ଼ର ନୂଆ ବିନ୍ଦ୍ରଗଡ଼ର ବିଧାୟକ ଜନକରାମ ଧ୍ରୁବ । ବିଜେଡି ଓ ବିଜେପିକୁ ନିଶାନା କରି କରିଛନ୍ତି ପ୍ରେସମିଟ । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମଧ୍ୟ ପ୍ରଚାର ମଇଦାନରେ ଘାସୀରାମଙ୍କ ସହ ହୋଇଛନ୍ତି ସାମିଲ । ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ ମଧ୍ୟ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି। ନୂଆପଡାରେ ସମସ୍ତେ ମୋର ନିଜ ଲୋକ ବୋଲି କହି ସ୍ନେହାଙ୍ଗୀନ ଭୋଟ ମାଗୁଥିବା ବେଳେ ରାଜେନ୍ଦ୍ର ଢୋଲକିଆଙ୍କ କାମର ଦେଉଛନ୍ତି ଉଦାହରଣ । ନଭେମ୍ବର ୧୧ ତାରିଖରେ ନୂଆପଡାରେ ହେବ ଭୋଟ । ମଇଦାନରେ ଅଛନ୍ତି ମୋଟ ୧୪ ପ୍ରାର୍ଥୀ । ହେଲେ ତ୍ରୀମୁଖି ଲଢେଇ ହେବ । ୨ ଲକ୍ଷ ୫୩ ହଜାର ଭୋଟର ୩୫୮ ବୁଥରେ ଦେବେ ଭୋଟ ।
Discover more from odia.bnslive.in
Subscribe to get the latest posts sent to your email.
