ଶରୀର ପାଇଁ ବେଶ୍ ଉପକାରୀ ଡାଳିମ୍ବ । ନିୟମିତ ଡାଳିମ୍ବ ଖାଇବା ଦ୍ବାରା ହେବନି ଏହି ମାରାତ୍ମକ ରୋଗ।
ଆପଣ ମାନେ ତ ଜାଣିଥିବେ ଆଜିକାଲି ସମସ୍ତେ ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ସବୁଜ ପନିପରିବା ଓ ଫଳ ଖାଇଥାନ୍ତି । ସେଥିମଧ୍ୟରୁ ଡାଳିମ୍ଵ ହେଉଛି ଅନ୍ୟତମ । ଲୋକଙ୍କ ଅନୁସାରେ ଡାଳିମ୍ଵରେ ଆଇରନ୍ ରହିଥାଏ । ଯାହା ଶରୀରରେ ରକ୍ତର ମାତ୍ରାକୁ ବଢାଇଥାଏ । କିନ୍ତୁ ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଡାଳିମ୍ଵରେ ଆଇରନ୍ ନଥାଏ । ତେବେ ଡାଳିମ୍ବକୁ ନେଇ କ’ଣ ରହିଛି ଡାକ୍ତରଙ୍କ ପରାମର୍ଶ ଆସନ୍ତୁ ଜାଣିବା…
ଲୋକ କିଛି ବି ଖାଦ୍ୟ ପଦାର୍ଥକୁ ଅତି ସହଜରେ ମନେ ରଖିବା ପାଇଁ ଶରୀରର ବିଭିନ୍ନ ଅଙ୍ଗ ସହ ଜଡିତ କରିଦିଅନ୍ତି । ଯେମିତିକି କିଡନୀ ପାଇଁ ବିନ୍ସ, ମସ୍ତିସ୍କ ପାଇଁ ଅଖରୋଟ ଓ ରକ୍ତ ପାଇଁ ଡାଳିମ୍ଵର ଆବଶ୍ୟକତା ଥାଏ । ଗୁଡଗାଓଁର କ୍ଲିନିକାଲ୍ ନ୍ୟୁଟ୍ରିସନ୍ ମୁଖ୍ୟ ଡକ୍ଟର ଦୀପ୍ତି ଖାଟୁଜାଙ୍କ କହିବା ଅନୁସାରେ, ଡାଳିମ୍ଵ ସ୍ଵାସ୍ଥ୍ୟ ପାଇଁ ଭଲ । ଏହା ଆଣ୍ଟିଅକ୍ସିଡେଣ୍ଟ ଇମ୍ୟୁନିଟି ବଢେଇବାରେ ସାହାଯ୍ୟ କରିଥାଏ । ବେଳେ ବେଳେ ଏମିତି ହୋଇଥାଏ କି ଡାଳିମ୍ଵର ରଙ୍ଗ ସହ ମଧ୍ୟ ଯୋଡାଯାଇଥାଏ, ଯେମିତିକି ଡାଳିମ୍ଵ ଲାଲ ହୋଇଥାଏ । ଏହାକୁ ଖାଇବା ଦ୍ଵାରା ଶରୀରରେ ରକ୍ତର ମାତ୍ରା ବଢିଥାଏ । କିନ୍ତୁ ବାସ୍ତବରେ ଏମିତି ହୋଇନଥାଏ ।
ଡାଳିମ୍ଵରେ ଆଣ୍ତିଓକ୍ସିଡାନ୍ସ, ପଲିଫେନୋଲିକ୍ ଯୌଗିକ ସହ ପୁନିକାଲାଜିନ୍ସ, ଆନ୍ଥୋସାୟାନିସ୍ ଓ ହାଇଡ୍ରୋଲାଇଜାବୁଲ ଟାନିସ୍ ଭରପୁର ପରିପାଣରେ ଥାଏ । ଯାହାକି ଆପଣଙ୍କର କୋଷଗୁଡିକୁ ମୁକ୍ତ କଣିକା ସଂକ୍ରମଣରୁ ରକ୍ଷା କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡାଳିମ୍ଵରେ ଥିବା ଯୌଗିକଗୁଡିକରେ କର୍କଟ ବିରୋଧୀ ଗୁଣ ଥାଏ । ଏହା ଦ୍ଵାରା ଯକୃତ କର୍କଟ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ୟୁମର ବୃଦ୍ଧିକୁ ହ୍ରାସ କରିବା ସହ ରକ୍ତଚାପ, ପ୍ଲାଜମା, ଛାତିର ଯନ୍ତ୍ରଣାକୁ କମାଇଥାଏ ।
Discover more from odia.bnslive.in
Subscribe to get the latest posts sent to your email.
