୨୩ ବର୍ଷରେ ମୋଷ୍ଟୱାଣ୍ଟେଡ: କଥା କଥାକେ ଉଠାନ୍ତି ବନ୍ଧୁକ

Creat A Revolution
           

ହାତରେ ରାଇଫଲ୍, ଦେହରେ ବର୍ଦ୍ଦି। ଦେଖିବାକୁ ସରଳ, ହେଲେ ଭାରି ଦୁର୍ଦ୍ଦାନ୍ତ। କଥା କଥାକେ ବନ୍ଧୁକ ଉଠାନ୍ତି, ବୋମା ଫୁଟାନ୍ତି ଆଉ ଯବାନଙ୍କ ବେକ କାଟିବାକୁ ବି ପଛାନ୍ତି ନାହିଁ। ସେହି ଝିଅ ଜଣେ ହାର୍ଡକୋର୍‌ ମାଓବାଦୀ। ନାଁ ସୁନୀତା। ବୟସ ବେଶୀ ନୁହେଁ, ମାତ୍ର ୨୩ ବର୍ଷ। କିନ୍ତୁ ଏତେ କମ୍‌ ବୟସରେ ବି ସେ ଥିଲେ ମୋଷ୍ଟୱାଣ୍ଟେଡ। ହେଲେ ଏବେ ବନ୍ଧୁକ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ସେ। ମଧ୍ୟପ୍ରଦେଶ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ ମାଓବାଦୀ ପାଲଟି ଯାଇଥିଲେ ସୁନୀତା।

ହାତରେ ଧରିଥିଲେ ବନ୍ଧୁକ, ଆଉ ରକ୍ତରେ ଖେଳୁଥିଲେ ହୋଲି। ହତିୟାର ଚଳାଇବାରେ ଥିଲେ ଧୂରନ୍ଦର। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡରେ ଅନେକ ବଡ ବଡ ମାଓ ଆଟାକ୍‌ ଘଟଣାରେ ସାମିଲ୍ ଥିଲେ। ଛତିଶଗଡ ବିଜାପୁରରେ ସୁନୀତାର ଘର। ୨୦୨୨ରେ ସେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ୬ ମାସର ତାଲିମ ନେବା ପରେ MMC ଜୋନର ଜିଆରବି ଡିଭିଜନରେ ଏକ ସକ୍ରିୟ କ୍ୟାଡର ଥିଲେ। ଏଥି ସହ ସେ କୁଖ୍ୟାତ ମାଓନେତା ରାମଦେରର ବଡିଗାର୍ଡ ରହିଥିଲେ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ ପୋଲିସର ମୋଷ୍ଟୱାଣ୍ଡେଡ ଲିଷ୍ଟରେ ଥିଲେ ସୁନୀତା।

ତାଙ୍କ ମୁଣ୍ଡରେ ୧୪ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା। କିନ୍ତୁ ଏବେ ବନ୍ଧୁକ ଛାଡି ଶାନ୍ତିର ବାଟରେ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି ସୁନୀତା। ମଧ୍ୟପ୍ରଦେଶ ପିଟକୋନା ଥାନା ଅନ୍ତର୍ଗତ ଚିଲୋରା କ୍ୟାମ୍ପରେ ଇନ୍-ସାସ୍ ରାଇଫଲ୍, ୩ ମାଗଜିନ୍, ୩୦ ରାଉଣ୍ଡ ଗୁଳି ସହ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ଥିବା ସୁନୀତାଙ୍କ ବାପା ବି କିଛି ଦିନ ତଳେ ଆତ୍ମସମର୍ପଣ କରିଥିବା ଜଣାପଡିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading