ବଢ଼ିଲା ଧାନର MSP ମୂଲ୍ୟ : କ୍ବିଣ୍ଟାଲ ପିଛା ଅଧିକ ଟଙ୍କା  ପାଇବେ ଚାଷୀ

Creat A Revolution
           

ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । କ୍ବିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । କ୍ବିଣ୍ଟାଲ ପିଛା ଏଣିକି ମିଳିବ ୩ ହଜାର ୧୬୯ ଟଙ୍କା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP । ଧାନ କ୍ବିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । ଚଳିତ ଖରିଫ ଋତୁରେ ଧାନ କ୍ବିଣ୍ଟାଲ ପିଛା ମିଳିବ ବର୍ଦ୍ଧିତ ଟଙ୍କା । ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ବର୍ଦ୍ଧିତ MSP ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ମିଳିବ । ଯାହାଫଳରେ ୩୧ଶହ ବଦଳରେ କ୍ବିଣ୍ଟାଲ ପିଛା ୩ ହଜାର ୧୬୯ ଟଙ୍କା ପାଇବେ ଚାଷୀ ।

ଧାନର MSP ୨, ୩୬୯ ଟଙ୍କା ସହ ୮୦୦ ଟଙ୍କା ଇନ୍‌ପୁଟ ସହାୟତା ମିଳିବ । ସେହିଭଳି ଗ୍ରେଡ଼ `ଏ’ ଧାନ କ୍ବିଣ୍ଟାଲ ପିଛା ମିଳିବ ୩ ହଜାର ୧୮୯ ଟଙ୍କା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବ ବର୍ଷ ଜୁନ ମାସରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୩୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ଏ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ଫଳରେ ଧାନ ପୂର୍ବ ଦର ଅପେକ୍ଷା ୫ ଦଶମିକ ୩୫ ପ୍ରତିଶତ ତଥା ୧୧୭ ଟଙ୍କା ବୃଦ୍ଧି ଘୋଷଣା ହୋଇଥିଲା। ଚଳିତ ଖରିଫ ଋତୁ ପାଇ ଧାନର ଏହି ଏମଏସପି ଧାର୍ଯ୍ୟ କରାଯାଇଥିଲା। କେନ୍ଦ୍ର କ୍ୟାବିନେଟର ଏ ନିଷ୍ପତ୍ତି ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଧାନର ଏମସଏସପି ସହ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କ୍ୟାବିନେଟ ନିଷ୍ପତ୍ତି ହୋଇଛି। ଯାହା ମଧ୍ୟରେ ରାଗି, ବାଜରା, ଜ, ମକା ଓ ତୁଳା ଆଦି ରହିଛି। ୧୪ଟି ଖରିଫ ଫସଲର ଏମଏସ୍‌ପି ବୃଦ୍ଧି ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ୨୦୧୮ରେ କେନ୍ଦ୍ରୀୟ ବଜେଟରେ ନିଷ୍ପତ୍ତି ହୋଇଥିଲା ଯେ ଏମଏସ୍‌ପି ଉତ୍ପାଦ ଖର୍ଚ୍ଚର ୧.୫ ଗୁଣ ରହିବ। ୨୦୧୩-୧୪ରେ ଧାନର ଏମଏସପି ୧୩୧୦ ଟଙ୍କାର ରହିଥିଲା। ହେଲେ ୨୦୨୪ରେ ଏହା ୨୩ ଶହ ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୧୧୭ ଟଙ୍କା ଅଧିକ। ଚଳିତ ବର୍ଷ ଧାନାର ଏମଏସ୍‌ପିକୁ ୫.୩୫% ବୃଦ୍ଧି କରାଯାଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading