ଖାଇବା ପରେ ଗୁଜୁରାତି କାହିଁକି ଖାଆନ୍ତି ?

Creat A Revolution
           

ଆୟୁର୍ବେଦରେ ଏହାକୁ ମସଲା  ମଧ୍ୟରେ ରାଣୀ ବୋଲି କୁହାଯାଏ । ଏହାର ବାସ୍ନା ସାଙ୍ଗକୁ ଔଷଧୀୟ ଗୁଣ ସବୁଠୁ ଖାସ୍  । ହେଲେ ଖାଦ୍ୟ ଖାଇ ସାରିବା ପରେ ଗୁଜୁରାତି ଖାଇବାର ପ୍ରକୃତ କାରଣ ବୋଧହୁଏ କେହି କେହି ଜାଣିଥିବେ ।

ମନେକର ଆପଣ କୌଣସି ଭୋଜିକୁ ବା କୌଣସି ବନ୍ଧୁଙ୍କ ଘରକୁ ଯାଇଛନ୍ତି । ଖାଇସାରିଲେ ଆପଣଙ୍କ ହାତକୁ ଗୋଟେ ଦିଟା ଗୁଜୁରାତି ବଢ଼େଇଦେବେ । ଏହା ଏବେ କାର ନୁହେଁ ବରଂ ଏକ ପୁରୁଣା ପରମ୍ପରା । କିଛି ଲୋକ ଏହାକୁ ଏକ ସୌଜନ୍ୟ ବା ଅଭ୍ୟାସ ବୋଲି ଭାବିଥାନ୍ତି । କିନ୍ତୁ ଏହି ଛୋଟ ଗୁଜୁରାତି ଆପଣଙ୍କ ସ୍ବାସ୍ଥ୍ୟ ଭାରି ପାଇଁ ବହୁତ ଉପକାରୀ । ଗୁଜୁରାତିରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଭରପୂର ଥାଏ । ଯାହା ଆମ ଶରୀରରେ ଥିବା ଟକ୍ସିନ୍ସକୁ କମ୍ କରିବାରେ ଉପଯୋଗୀ ହୁଏ । ଏହା କିଡନି ଓ ଲିଭରର କାର୍ଯ୍ୟକ୍ଷମତା ବଢ଼ାଇଥାଏ । ଏହାକୁ ସ୍ବଚ୍ଛ ଓ ସୁସ୍ଥ ରଖିବାରେ ଗୁରୁତ୍ବପୂର୍ଣ୍ଣ କାମ କରେ । ଯଦିଓ ଏହା ଶରୀରକୁ ସମ୍ପୂର୍ଣ୍ଣ ଭାବେ ଡିଟକ୍ସ କରିନପାରେ କିନ୍ତୁ ଏହାର ନିୟମିତ ବ୍ୟବହାର ଶରୀରରେ ମେଟାବୋଲିଜିମ୍ ସନ୍ତୁଳିତ ହୋଇଥାଏ । ଏବଂ ଶରୀର ହାଲୁକା ଲାଗେ ।

ବେଳେ ବେଳେ ଖାଦ୍ୟ ଖାଇ ସାରିବା ପରେ ଦେହ ଗରୁ ଲାଗେ ମାନେ ଭାରି ଲାଗେ । ଏଥିପାଇଁ ଗୁଜୁରାତି କୌଣସି ପଥିଠାରୁ କମ୍ ନୁହେଁ । ଏଥିରେ ଥିବା ସିନିୟୋଲ ଓ ଅନ୍ୟ ଜରୁରୀ ଉପାଦାନ ହଜମ ପ୍ରକିୟାକୁ ତ୍ବରାନ୍ବିତ କରିଥାଏ । ଫଳରେ ଖାଦ୍ୟ ଶୀଘ୍ର ଓ ସହଜରେ ହଜମ ହୋଇଥାଏ । ଗୁଜୁରାତି ପେଟର ମାଂସପେଶୀକୁ ଆରାମ ଦେଇଥାଏ । ତେଣୁ ଖାଇବା ପରେ ଗୋଟେ ଦିଟା ଗୁଜୁରାତି ଚୋବାଇବା ବେଶ୍ ଉପକାରୀ । ଅନୁଭବ କରିଥିବେ, ଗୁଜୁରାତି ଚୋବାଇବା ପରେ ସତେଜ ଲାଗେ । ଏଥିରେ ଥିବା ସୁଗନ୍ଧ ପ୍ରକୃତିକ ତୈଳ ଉପାଦାନ ପାଟିରୁ ଦୁର୍ଗନ୍ଧକୁ ଦୂର କରିବା ସହ ପାଟିକୁ ବ୍ୟାକ୍ଟେରିଆମୁକ୍ତ କରିଥାଏ । ରସୁଣ, ପିଆଜ ଖାଇବା ପରେ ପାଟିରୁ ବାହାରୁଥିବା ଗନ୍ଧକୁ ଦୂର କରେ । ଏହାକୁ ପ୍ରତିଦିନ ଚୋବାଇଲେ ଶ୍ବାସନଳୀ ସଂକ୍ରମଣ ଆଶଙ୍କା ଦୂର ହୁଏ ।

ତେଣୁ ମିଠା, ହେଉ କି ପିଠାପଣା ସବୁଥିରେ ଗୁଜୁରାତି ଗୁଣ୍ଡ ପଡ଼ିବା ଥୟ । କାରଣ ଏହା ଖାଦ୍ୟର ବାସ୍ନା ଆଣିବା ସହ ଖାଦ୍ୟକୁ ସୁସ୍ବାଦୁ ବନାଏ ଏବଂ ସେ ଖାଦ୍ୟର ପାଚନ ଶକ୍ତିକୁ ବଢ଼ାଏ । ଯଦି ଏହାକୁ ଚୋବାଇବା ଏକ ଅଭ୍ୟାସରେ ପରିଣତ ହୁଏ ତାହେଲେ ଆପଣଙ୍କ ପାଇଁ ଫାଇଦା ହିଁ ଫାଇଦା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading