ବିବାହରେ ଆସୁଛି କି ଅସୁବିଧା? ତେବେ ଜାଣି ନିଅନ୍ତୁ ଏହି କଥା, ନଚେତ୍…

Creat A Revolution
           

ଯଦି ଆପଣଙ୍କ ବିବାହରେ ବାରମ୍ବାର ବାଧା ଆସୁଛି, ସମ୍ପର୍କ ଗଢ଼ି ଉଠୁଛି କିନ୍ତୁ ପରେ ଭାଙ୍ଗିଯାଉଛି ଏବଂ ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆପଣଙ୍କ କୁଣ୍ଡଳୀରେ ଥିବା ବୃହସ୍ପତିଙ୍କ ଦୁର୍ବଳ ଚଳନ ଏହାର କାରଣ ହୋଇପାରେ। ତେବେ, ରତ୍ନ ଶାସ୍ତ୍ର ଅନୁସାରେ, ପୋଖରାଜ(ଟୋପାଜ୍) ରତ୍ନପଥର ପିନ୍ଧିବା ଦ୍ୱାରା ଆପଣ ଏହି ସମସ୍ୟାଗୁଡ଼ିକୁ ଦୂର କରିପାରିବେ। ଏହାର ଶକ୍ତି ଆପଣଙ୍କୁ ଆପଣଙ୍କ ସମ୍ମୋଚିତ ଜୀବନସାଥୀ ଖୋଜିବାରେ ସାହାଯ୍ୟ କରିପାରିବ। ପୋଖରାଜ ରତ୍ନ ପଥର ଧାରଣ କରିବା ଦ୍ୱାରା ବିବାହ ବିଳମ୍ବ ସମସ୍ୟା ଦୂର ହେବା ସହ ଆପଣଙ୍କୁ ଏକ ସୁଖଦ ବୈବାହିକ ଜୀବନ ପ୍ରାପ୍ତି ହେବ। କାରଣ ଏହା ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବନ୍ଧନକୁ ବୃଦ୍ଧି କରିଥାଏ। ଏହାଛଡା ଏହି ରତ୍ନପଥର ଶିକ୍ଷାଗତ ପ୍ରଗତିକୁ ମଧ୍ୟ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ।

ପୋଖରାଜର ସମ୍ପୂର୍ଣ୍ଣ ଲାଭ କେବଳ ସଠିକ୍ ଭାବରେ ଧାରଣ କରିବା ପରେ ହିଁ ମିଳିଥାଏ। ଏହାକୁ ଧାରଣ କରିବା ପାଇଁ ସର୍ବୋତ୍ତମ ଦିନ ହେଉଛି ଗୁରୁବାର । ତେବେ ଆପଣ ଏହାକୁ ସୂର୍ଯ୍ୟୋଦୟ ସମୟରେ ପିନ୍ଧିବା ଉଚିତ। ଆପଣ ଏହାକୁ ସୁନା କିମ୍ବା ରୂପାର ମୁଦିରେ ସ୍ଥାପିତ କରି ଆପଣଙ୍କ ଡାହାଣ ହାତର ତର୍ଜନୀ(ବିଶି) ଆଙ୍ଗୁଳିରେ ପରିଧାନ କରନ୍ତୁ।

ତେବେ ଏହି ରତ୍ନ ପଥର ଧାରଣ କରିବା ପୂର୍ବରୁ ଏହାକୁ ଶୁଦ୍ଧ କରିବାର ଆବଶ୍ୟକତା ରହିଛି । ଆପଣ ମଣିକୁ ରାତିସାରା ହଳଦୀ ମିଶ୍ରିତ ପାଣିରେ ବୁଡ଼ାଇ ରଖନ୍ତୁ। ଏବଂ ପରଦିନ ଏହାକୁ ଧାରଣ କରିବା ପୂର୍ବରୁ, ଭଗବାନ ବୃହଷ୍ପଙ୍କ ବୀଜ ମନ୍ତ୍ର “ଓଁ ବ୍ରିମ୍ ବୃହସ୍ପତେ ନମଃ” ୧୦୮ ଥର ଜପ କରନ୍ତୁ। ପୋଖରାଜ ପିନ୍ଧିବା ପୂର୍ବରୁ କେତେକ ସତର୍କତା ଅବଲମ୍ବନ କରିବା ଉଚିତ। ସର୍ବଦା ଅସଲି ଏବଂ ପ୍ରମାଣିତ ପୋଖରାଜ ପିନ୍ଧନ୍ତୁ। କାରଣ ବଜାରରେ ଅନେକ ପ୍ରକାରର ନକଲି ପୋଖରାଜ ରତ୍ନପଥର ବିକ୍ରି ହେଉଛି । ଏହାଛଡା ଆପଣ ଏହି ରତ୍ନ ପଥର ଧାରଣ କରିବା ପୂର୍ବରୁ ଜଣେ ଯୋଗ୍ୟ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ, ବିନା ପରାମର୍ଶରେ କେବେବି ପୋଖରାଜ ଧାରଣ କରିବା ଉଚିତ୍ ନୁହେଁ।

ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କର କୁଣ୍ଡଳୀ ଏବଂ ଗ୍ରହ ସ୍ଥିତି ଭିନ୍ନ ଭିନ୍ନ ରହିଥାଏ। ଯଦି ବୃହସ୍ପତି ଆପଣଙ୍କ କୁଣ୍ଡଳୀରେ ପୂର୍ବରୁ ଭଲ ସ୍ଥାନରେ ଅବସ୍ଥିତ ରହିଛନ୍ତି, ତେବେ ଆପମଙ୍କ ପାଇଁ ପୋଖରାଜ ପିନ୍ଧିବା କ୍ଷତିକାରକ ହୋଇପାରେ। ତେଣୁ, ଭୁଲ ରତ୍ନପଥର ପିନ୍ଧିବା କିମ୍ବା ଭୁଲ ପଦ୍ଧତି ବ୍ୟବହାର କରି ଏହାକୁ ଧାରଣ କରିବା ଦ୍ୱାରା ଆପଣଙ୍କ ଜୂବନରେ ନକାରାତ୍ମକ ପ୍ରଭାବ ପକାଇପାରେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading