କଟକ –: କଟକ ଜିଲ୍ଲ ଅନ୍ତର୍ଗତ ତିଗିରିଆ, ବଡମ୍ବା , ବାଙ୍କି ବୈଦେଶ୍ୱରକୁ ଢେଙ୍କାନାଳର ମାଙ୍କଡା ପଥର ବୋଝେଇ ଟ୍ରକ ମାନ ଆସୁଛି ହେଲେ ଏହା ଉପରେ ରୋକ ଲାଗି ପାରୁନାହିଁ । ଏହି ଟ୍ରକ ଡ୍ରାଇଭର ନିଜକୁ ରାଜା ବୋଲି ଗାଡି ଚଲାଉଛନ୍ତି । ଅନେକ ସ୍ଥାନରେ ଦୁର୍ଘଟଣା ମାନ ଘଟାଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁ ଜାଣି ମଧ୍ୟ ଅଜଣା ସାଜିଛନ୍ତି ।

ବିଡମ୍ବନାର ବିଷୟ କିଛି ଦିନ ଏକ ଦ୍ରୁତଗାମି ଟ୍ରକ ଏକ ଗୋ-ମାତା ଉପରେ ଚଢାଇ ଦେବାରୁ ଗୋ-ମାତା ଅଳ୍ପକେ ବଞ୍ଚିଗଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଟ୍ରକ ଅଟକାଇ ତିଗିରିଆ ପୋଲିସକୁ ଖବର ଦେବା ପରେ ପୋଲିସ ଗାଡିକୁ ଜବତ କରି ଥାନାକୁ ନେଇଥିଲା । ହେଲେ ପଥର ମାଫିଆ ଦୈନିକ ପଥର ଚାଲାଣ କରିବାକୁ ଏମିତି ସାହାସ କରୁଛନ୍ତି କେମିତି । କାହା ସାହାସରେ ବଳିୟାନ ପଥର ମାଫିଆ । ଜବାବ ମାଗୁଛି ଜନତା
