Creat A Revolution
ଢେଙ୍କାନାଳ -: ସେହିପରି ଘରେ ପଶିଗଲା ଟ୍ରକ। ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ କରମୂଳ ହାତିବାରୀ ଗ୍ରାମରେ ଘଟିଛି ଅଘଟଣ । ଗ୍ରାମର ଅସ୍ଥିର ତରାଇଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ଗୋଟେ ଅଠର ଚକିଆ ଟ୍ରକ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକଟରକୁ ଧକ୍କା ଦେବା ପରେ ନିକଟସ୍ଥ ଏକ କୋଠା ଘରେ ପଶି ଯାଇଥିଲା । ଘରର କାନ୍ଥ ଭାଙ୍ଗି ପଶିଯିବାରୁ ଘରେ ଶୋଇଥିବା ଅବସ୍ଥାରେ ଅସ୍ଥିର ତରାଇଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
