ଭୁବନେଶ୍ବର -: କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ। ନିଲମ୍ବିତ ୩ ବିଧାୟକ ହେଲେ ସାନଖେମୁଣ୍ଡିର ରମେଶ ଜେନା, ମୋହନାର ଦାଶରଥୀ ଗମାଙ୍ଗ ଓ କଟକ-ବାରବାଟୀର ସେଫିଆ ଫିର୍ଦୋସ। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ।
୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ
ସେ ଆହୁରି କହିଛନ୍ତି, ସାନଖେମୁଣ୍ଡିର ରମେଶ ଜେନା, ମୋହନାର ଦାଶରଥୀ ଗମାଙ୍ଗ ଓ କଟକ-ବାରବାଟୀର ସୋଫିଆ ଫିର୍ଦୋସଙ୍କ ସଭ୍ୟ ପଦ ରଦ୍ଧ କରାଯିବା ନେଇ ବି ପଦକ୍ଷେପ ନିଆଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ, ଉପରୋକ୍ତ ୩ ବିଧାୟକଙ୍କୁ ଦଳରୁ ବହିଷ୍କାର ଲାଗି ବି ଏଆଇସିସିକୁ ଅନୁରୋଧ କରାଯିବ।
Discover more from odia.bnslive.in
Subscribe to get the latest posts sent to your email.
