ଦିଲ୍ଲୀରେ ଫାଉଣ୍ଡେସନ ଗଢ଼ି ଅଡୁଆରେ ନବୀନ; ପାଣ୍ଡିଆନ ଓ ସନ୍ତୃପ୍ତଙ୍କ ସମ୍ପୃକ୍ତି ନେଇ ଉଠିଲା ପ୍ରଶ୍ନ

Creat A Revolution
           

ଭୁବନେଶ୍ଵର -: ଦିଲ୍ଲୀରେ ଫାଉଣ୍ଡେସନ ଗଢ଼ି ଅଡୁଆରେ ପଡ଼ିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧାନସଭାରେ ଏ ନେଇ ଘେରିଛି ବିଜେପି । ପାଣ୍ଡିଆନ ଓ ସନ୍ତୃପ୍ତଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି ସରକାରୀ ଦଳ ବିଧାୟକ । ଜବାବରେ ସ୍ପଷ୍ଟୀକରଣ ରଖିଲେ ବିଜେଡି ସୁପ୍ରିମୋ, କିନ୍ତୁ ତାଙ୍କ କଥାରେ ନ ଥିଲା ସ୍ପଷ୍ଟତା । ଦିଲ୍ଲୀରେ ଟ୍ରଷ୍ଟ ଗଢ଼ି, ଓଡ଼ିଶା ବାସୀଙ୍କ ଟ୍ରଷ୍ଟ ହରାଇଲେ କି ନବୀନ ? ନେତାଙ୍କୁ ଧୋକା ଦେଇ ଦିଲ୍ଲୀରେ କରିଥିବା ରଣନୀତି ପଡ଼ିଲା କି ମହଙ୍ଗା ? ବିବାଦ ବଢ଼ିବା ପରେ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦେଲେ ନିଜେ ନବୀନ । କହିଲେ- ଏହି ଟ୍ରଷ୍ଟ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଖୋଲା ଯାଇଛି । ନିଜ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ରାଶିରୁ ଟ୍ରଷ୍ଟ ଆରମ୍ଭ ହୋଇଛି । ବିଜେଡି କି ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ ।

ଶ୍ରୀମୟୀଙ୍କ ପ୍ରଶ୍ନ ଯଦି ଓଡ଼ିଶା ବାସୀଙ୍କ ହିତ ପାଇଁ ଟ୍ରଷ୍ଟ ତେବେ ଲୁଚାଇଥିଲେ କାହିଁକି ? ଆଜି ବିଧାନସଭାରେ ବି ଉଠିଥିଲା ନବୀନଙ୍କ ଟ୍ରଷ୍ଟ ପ୍ରସଙ୍ଗ । ବିଜେପି ବିଧାୟକ ପଚାରିଥିଲେ, ଯଦି ନବୀନ ବାବୁ ଓଡ଼ିଶାବାସୀଙ୍କ ପାଇଁ ଫାଉଣ୍ଡେସନ କଲେ ତାହେଲେ ଓଡ଼ିଶାରେ ପଞ୍ଜିକରଣ କଲେ ନାହିଁ କାହିଁକି ?

ଯଦି ଏହା ସାମାଜିକ ସେବା କାମ କରିବ ତାହେଲେ ପାଣ୍ଡିଆନ ଏବଂ ସନ୍ତୃପ୍ତଙ୍କ ଭଳି ରାଜନେତା ଏହି ଫାଉଣ୍ଡେସନରେ କାହିଁକି ରହିଲେ ? ବିଧାନସଭାରେ କଥା ଉଠିବା ପରେ ଯେଉଁ ସ୍ପଷ୍ଟୀକରଣ ନବୀନ ଦେଲେ ସେଥିରେ ବି ନ ଥିଲା ସ୍ପଷ୍ଟତା । ନବୀନଙ୍କ ସ୍ପଷ୍ଟୀକରଣର ପରେ ବିଧାୟକ ଦେବୀ ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି । କାହିଁକି ପୂର୍ବରୁ ଟ୍ରଷ୍ଟ ଗଠନ କଥାକୁ ସନ୍ତୃପ୍ତ ମିଶ୍ର ଏଡ଼ାଇ ଯାଇ ସେଭଳି କିଛି ନଥିବା କହିଥିଲେ ବୋଲି ପ୍ରଶ୍ନ ଉଠାଇ ଘେରିଛନ୍ତି ଦେବୀ ତ୍ରିପାଠୀ । ପ୍ରଥମରୁ ତଥ୍ୟ ଲୁଚାଇ ନେତା ଓ କର୍ମୀଙ୍କ ସହ ପ୍ରତାରଣା କରି ନାହାନ୍ତି କି ନବୀନ ? ଉଦ୍ଦେଶ୍ୟ କିଛି ଅଲଗା ଥିଲା କି ? ପାଣ୍ଡିଆନଙ୍କୁ ସର୍ବେସର୍ବା କରିଥିବାରୁ ନେତାଙ୍କୁ ଲୁଚାଇଥିଲେ କି ନବୀନ ? ଏବେ ସତ ସାମ୍ନାକୁ ଆସିବା ପରେ ବିଜେଡିରେ ଅସନ୍ତୋଷ ଆହୁରି ତୀବ୍ର ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading