ସୁପ୍ରିମକୋର୍ଟର ରାୟକୁ ବିରୋଧ କରି ଭାରତ ବନ୍ଦ, ଲୋକେ ହନ୍ତସନ୍ତ 

Creat A Revolution
           

କୋକସରା (ରଞ୍ଜନ କୁମାର ସାହୁ) -: ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଏସ.ଟି ଏସ.ସି ମାନଙ୍କ ଉପବର୍ଗୀ କରଣ ଓ କ୍ରିମୀ ଲେୟାର ସମ୍ବନ୍ଧୀୟ ରାୟକୁ ପ୍ରତିବାଦ କରି ଆଜି ଏସ.ଟି ଏସ.ସି ଅଧିକାର ସୁରକ୍ଷା ମହାସଙ୍ଘ କଳାହାଣ୍ଡି ଜିଲ୍ଲା ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପାଳନ ସହ ଅଖ ଚକ ଜାମ କରାଯାଇଛି। ଧର୍ମଗଡ ଉପଖଣ୍ଡର ଧର୍ମଗଡ ସମେତ ବେହେରା, କୋକସରା, ଆମପାଣି, ଲଡୁଗାଁ, କଲମପୁର ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ ସହ ପିକେଟିଂ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରିଛନ୍ତି।

ରାସ୍ତା ଅବରୋଧ ଫଳରେ ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ଜନ ଜୀବନ ପ୍ରଭାବିତ ହୋଇଛି। ଏହି ଭାରତ ବନ୍ଦରେ ଆଦିବାସୀ ନେତା -ହେମନ୍ତ ମାଝୀ, ଗୋବର୍ଦ୍ଧନ ବାଗ -ଆବାହକ AOSCFK, ମାର୍କଣ୍ଡ ବେମାଲ -ଉପସଭାପତି,ସତ୍ୟବାନ ପାଣିଗ୍ରାହୀ- ସମାଜସେବୀ, ଗରୁଡ଼ ଧ୍ୱଜ ମାଝୀ – ଆଦିବାସୀ ଉପଦେଷ୍ଟା, ଯଶୋବନ୍ତ ନାଏକ- ବଞ୍ଜରା ସମାଜ ସଭାପତି, ପ୍ରଧାନୀ ବାଗ, ହେରାମ ହେରମ୍ବ ସେନାପତି, ଡାଳ ପୁଝାରୀ, ବେଣୁ ଦୁର୍ଗା, ଘନଶ୍ୟାମ ଜାଳ, ଜୟଲାଲ ନାଏକ, ଧବଳେଶ୍ୱର ନାଗ, ଯଶୋବନ୍ତ ନାଏକ,ଦିଗାମ୍ବର ବେମାଲ, ଘନଶ୍ୟାମ ନାଏକ ପ୍ରମୁଖ ଉପସ୍ଥିତ ରହି ଭାରତ ବନ୍ଦ କୁ ସମର୍ଥନ କରିଥିଲେ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading