ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) -: କଟକଜିଲ୍ଲା ବାଙ୍କୀବ୍ଲକ ତ୍ରିକୂଟଧାମ ସିଂହାନାଥ ପୀଠରେ ୨୦୨୫ ମସିହା ୧୪/ ତାରିଖ ଜାନୁଆରୀ ମାସରେ ହବାକୁ ଯାଉଥିବା ମକରମେଳା ଆୟୋଜନକୁ ନେଇ ଆଜି ବୈଦ୍ୟେଶ୍ୱର ଥାନାଠାରେ ଦିବା ୩:୩୦ ସମୟରେ ପ୍ରେସ ବୈଠକ ର ଆୟୋଜନ ହୋଇଥିଲା, ବୈଠକ ରେ ଉପଜିଲ୍ଲାପାଳ ଶ୍ରୀ ଦେବୀପ୍ରସାଦ ମହାନ୍ତି ଙ୍କ ପ୍ରତିକ୍ରିୟାରେ ଦେଖିବାକୁ ମିଳିଛି ଏବର୍ଷ ଗୋଟିଏ ଦିନ ବ୍ରିଜ ଉପରେ ଗାଡିଯାତାୟତ ବନ୍ଦ ରହିବ, ଯଦି ଭକ୍ତ ମାନଙ୍କ ଭିଡ଼ ବଢ଼େ ତେବେ ଆଗକୁ ଘୁଞ୍ଚିବ ଟି -ସେତୁ ଗାଡ଼ି କଟକଣା ବୋଲି ପ୍ରେସମିଟ ରେ କହିଛନ୍ତି ବାଙ୍କୀ ଉପଜିଲ୍ଲାପାଳ, ସବୁବର୍ଷଭଳି ଏବର୍ଷମାଧ୍ୟ ବାଙ୍କୀ ପ୍ରଶାସନ ଏବଂ ବୈଦ୍ୟେଶ୍ୱର ପଞ୍ଚାୟତ କାର୍ଯ୍ୟଗ୍ରାହୀ ଙ୍କ ପ୍ରମୁଖ ସମୂହଙ୍କ ତରଫରୁ କିଭଳିଭାବରେ ଶାନ୍ତି ଶୃଙ୍ଖଳାରେ ମକରମେଳାର ପୋଲିସର ସମେତ କତୃପକ୍ଷ ଙ୍କ ସହାୟତା ରହିବବୋଲି ବୈଠକରେ ଆଲୋଚନା ହୋଇଛି,
ବୈଠକ ରେ ବାଙ୍କୀବ୍ଲକ ର ଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତି, ବୈଦ୍ୟେଶ୍ୱର ସରପଞ୍ଚ ସୁରଞ୍ଜନ ପଣ୍ଡା, ପୂର୍ବତନ ବିଲସି ସଂଜୀବ ଦଳେଇ, ବୈଦ୍ୟେଶ୍ୱର ଥାନା ଏସାଇ ଶ୍ରୀକାନ୍ତ କୁମାର ପଣ୍ଡା,RI ଶ୍ୟାମଳେନ୍ଦୁ ସାହୁ, ବାଙ୍କୀ ଆଇ ଆଇ ସି ଡି କେ ମ ଭୂୟାଁ, କଳାପଥର ଫା ୟା ର ଷ୍ଟେସନ ଅଧିକାରୀ, ଡ଼ ସୁଜାତା ମହାପାତ୍ର, ବୈଦ୍ୟନାଥ କ୍ଳବ ର ମେମ୍ବର ସମୀର ଗଡ଼ନାୟକ, ସନ୍ତୋଷ ପାତ୍ର, ବିଦ୍ୟାଧର ଗଡ଼ନାୟକ, ଚିନ୍ତାମଣି ବରା଼ଡ, ପ୍ରଦୀପ୍ତ ପାତ୍ର, ବୁଦ୍ଧିଜୀବୀ ଜୟ ସାହୁ ଦିଶା କ୍ରିକେଟ କ୍ଳବର ସେକ୍ରେଟେରୀ ବିଶ୍ୱନାଥ ଦାସ, ବୈଠକରେ ପ୍ରାୟ ୫୦ରୁ ଅଧିକ କାର୍ଯ୍ୟଗ୍ରହୀଙ୍କ ଭିଡରହିଥିଲା ?
ସିଂହନାଥ ପିଠରେ ମକର ମେଳା ପାଇଁ ବାଙ୍କି ପ୍ରଶାସନ ତରଫରରୁ କଟକଣା
Creat A Revolution